Home ଜିଲ୍ଲା ପରିକ୍ରମା ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

5

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ହସନାବାଦ ପଞ୍ଚାୟତ ର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା, ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାରିବେଶିକ ସଚେତନତା ବିକାଶ କରିବା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଓ ପଂଚାୟତ ସଦସ୍ୟମାନେ ସହଯୋଗ କରିଥିଲେ। ସମ୍ମିଳିତ ପ୍ରୟାସ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ୩୦ ଟି ଉଦ୍ଭିଦ ପ୍ରଜାତି ରୋପଣ କରାଯାଇଛି, ଯେଉଁଥିରେ ନିମ, ଅମୃତ ଭଳି ସଞ୍ଜୀବନୀ ଗୁଣରୁ ବହୁଳ ଗଛ ଥିଲେ ।ଏହି ବୃକ୍ଷ ରୋପଣ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶ ଉପରେ ମାନବ ର ଯୋଗୁଁ ବୃଦ୍ଧିପାଉଥିବା ପ୍ରଦୂଷଣ ରୋକିବା ,ପ୍ରାକୃତିକ ସମନ୍ୱୟ ପ୍ରଦାନ କରି ଶିଶୁ ଓ ଯୁବ ପିଢିକୁ ଚେତନଶୀଳ କରିବା ,ବିଦ୍ୟାଳୟ ପରିବେଶକୁ ଆଲୋକ ଓ ଶିତଳ ରଖିବା ,ବୃକ୍ଷ ରୋପଣ ମାଧ୍ୟମରେ ଜଳ ସଂରକ୍ଷଣ ଓ ମୃତିକା ସ୍ଥିରତା ବଜାୟ ରଖିବା । ଏହା ଛଡ଼ା ପ୍ରଥମ ରୁ ଦଶମ ଯାଏଁ ୨୫୨ ଛାତ୍ର ଛାତ୍ରୀ ଅଛନ୍ତି ସେମାନଙ୍କୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଲେଖାଏଁ ଚାରା ଦିଆଯାଇ ଥିଲା ଯାହାକୁ ନିଜ ଘରେ ରୋପଣ କରିବା ନିମିତ।ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ମହାଶୟ ତାଙ୍କ ସଂବୋଧନରେ ଗଛ ରୋପଣର ଦୀର୍ଘକାଳୀନ ଲାଭ ବିଷୟରେ ଆଲୋକ ପାତ କରିଥିଲେ। ଏହାପରେ ଜଗନ୍ନାଥ ପଟ୍ଟ ଚିତ୍ର ରେ ପୁଷ୍ପ ମର୍ଲ୍ୟାପଣ କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଛାତ୍ରଛାତ୍ରୀମାନେ ଦଳ ଆକାରରେ ବିଭକ୍ତ ହୋଇ ଗଛ ରୋପଣରେ ଅଂଶଗ୍ରହଣ କରିଥିଲେ। ପ୍ରତି ଗଛକୁ ନାମ ଦେଇ ତାଲିକା ତିଆରି କରାଯାଇଥିଲା ।ଉକ୍ତ ସାଧାରଣ ସଭା ରେ ସଭାପତିତ୍ୱ କରିଥିଲେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଦନ ମୋହନ ସାମନ୍ତରାୟ, ସଭା ସଂଚାଳନ କରିଥିଲେ ସନ୍ତୋଷ କୁମାର ଦାସ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଧୁଷୁରି ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ସମାଜ ସେବୀ ଚତୁର୍ଭୁଜ ନାୟକ, ବରିଷ୍ଠ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି, ଅବସର ପ୍ରାପ୍ତ ଅଧ୍ୟାପକ ପ୍ରମୋଦ କୁମାର ଦାସ,ଅନୁକମ୍ପା ମହିଳା ସଂଗଠନ ର ସଭାନେତ୍ରୀ କବିତା ସାହୁ, ଉପ ସଭାପତି ବିମଳା ନାଥ, ଧୁସୁରି ପ୍ରେସ ୟୁନିଅନର କୋଷାଧ୍ୟକ୍ଷ ରତିକାନ୍ତ ନାୟକ, ସାମ୍ବାଦିକ ସୁଜୟ କୁମାର ପାଗଳ ,ଉପ ସଭାପତି ସିଦ୍ଧାର୍ଥ ମିଶ୍ର, ଅନୁକମ୍ପା ମହିଳା ସଂଗଠନ ର ସହ ସଂପାଦିକା ନମିତା ପଣ୍ଡା, ସି ଆର ସି ଅଜୟ କୁମାର ମଲ୍ଲିକ, ସମାଜ ସେବୀ ସନ୍ତୋଷ ରାୟ ପ୍ରମୁଖ। ଉକ୍ତ କାର୍ଯ୍ୟକ୍ରମ କୁ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ୱାରା ସାମୂହିକ ଭାବେ ସୂରୁଖୁରୁ ରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ସଭା ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସଞ୍ଜୟ କୁମାର ଅଗସ୍ତି।ବୃକ୍ଷ ରୋପଣ କେବଳ ଏକ ଉଦ୍ୟମ ନୁହେଁ, ଏହା ହେଉଛି ଏକ ସଚେତନ ଚଳାଚଳ, ଯେଉଁଥିରେ ପ୍ରତ୍ୟେକ ଅଂଶଗ୍ରହଣକାରୀ ର ସଂଗଠିତ ଭୂମିକା ରହିଛି। ଅନୁଷ୍ଠାନରେ ବୃକ୍ଷ ରୋପଣ ଉପରେ ଜ୍ଞାନାଲୋକଓ ବିଶିଷ୍ଟ ଅତିଥିମାନଙ୍କ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ତଥ୍ୟ ଓ ବିଜ୍ଞାନୀୟ ବୁଝାମଣି ଦିଆଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କେବଳ ଅନୁଷ୍ଠାନ ନୁହେଁ, ଏହା ଏକ ଜୀବନ ଶୈଳୀ ପ୍ରତି ସଂକେତ ଅତୁଟ ସଂକଳ୍ପ। ପରିବେଶ ରକ୍ଷା, ପ୍ରାଣୀ ଓ ମନୁଷ୍ୟ ସମୁଦାୟର ଆରୋଗ୍ୟ ନିମିତ ଏହା ଏକ ଦିଗଦର୍ଶନ ଉଦ୍ୟମ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.