Home ଜିଲ୍ଲା ପରିକ୍ରମା ଧାମନଗର କଲେଜରେ “ପାଠ୍ୟକ୍ରମ ପରାମର୍ଶ ସମ୍ପକୀୟ ଆଲୋଚନା ଚକ୍ର’

ଧାମନଗର କଲେଜରେ “ପାଠ୍ୟକ୍ରମ ପରାମର୍ଶ ସମ୍ପକୀୟ ଆଲୋଚନା ଚକ୍ର’

10

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର କଲେଜ ରେ ଅଧକ୍ଷ ଅଜୟ କୁମାର ବେଜ ଙ୍କ ପୌରହିତ ରେ ଏନ. ଇ. ପି. ୨୦୨୦ ଜାତୀୟ ଶିକ୍ଷାନୀତି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଓ +୩ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ଓ +୩ ର ପ୍ରତିଭା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇ ଅଛି। ଉକ୍ତ ଆଲୋଚନା ଚକ୍ର ରେ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ, ସଞ୍ଜୟ କୁମାର ପଣ୍ଡା, ସନ୍ଦୀପ କୁମାର ଘୋଷ, ସରୋଜ କୁମାର ପଣ୍ଡା, ମନୋଜ କୁମାର କର, ଆଶୀର୍ବାଦ ମହାନ୍ତି,ବିଶ୍ୱଜିତା ବାରିକ, ଗୀତାଞ୍ଜଳି ଦେବତା,ସ୍ୱାଗତିକା ରାୟ,ବାସ୍ତବିକା ଦାସ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ନୀତି ବାବଦରେ ଅବଗତ କରାଇଥିଲେ ବିଶେଷ କରି ଆଶୀର୍ବାଦ ମହାନ୍ତି ଏନ. ଇ. ପି. -୨୦୨୦ ର ସମସ୍ତ ତଥ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସର୍ବ ଶେଷରେ ଅଧ୍ୟାପିକା ସ୍ମରଣିକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.