Home ଜିଲ୍ଲା ପରିକ୍ରମା ସାଧାରଣ ଜନତାଙ୍କ ମୌଳିକ ଅଧିକାର ଓ ସମସ୍ୟାର ସମାଧାନ ପାଇଁ ଦାବି ଉଠାଇଲେ ବିଧାୟକ ସଂଜୀବ୍...

ସାଧାରଣ ଜନତାଙ୍କ ମୌଳିକ ଅଧିକାର ଓ ସମସ୍ୟାର ସମାଧାନ ପାଇଁ ଦାବି ଉଠାଇଲେ ବିଧାୟକ ସଂଜୀବ୍ ମଲ୍ଲିକ

8

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟମାନଙ୍କୁ ନେଇ ସପ୍ତମ ଥର ପାଇଁ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି ବିଭାଗର ଅଧିକାରୀ, ଓପିଟିସିଏଲ୍‌, ଟିପିଏନ୍‌ଓଡିଏଲ୍‌, ଗ୍ରୀଡକୋ କମ୍ପାନୀ ର କତୃପକ୍ଷ ଉପସ୍ଥିତ ଥିଲେ ରାଜ୍ୟ ବିଦ୍ୟୁତ ବିଭାଗରେ ଅବହେଳିତ ମନୋଭାବ ଯୋଗୁଁ ବିଭିନ୍ନ ଅଂଚଳରେ ଦୈନିକ ଅଘଟଣ ଘଟିବା ସହ ଅନେକ ଜୀବନ ମଧ୍ୟ ଯାଉଥିବା ଦେଖିବାକୁ ମିଳିଛି । ଅଘୋଷିତ ବିଦ୍ୟୁତ୍ କାଟ ଗ୍ରାମାଂଚଳରେ ସାଧାରଣ ଜନତାଙ୍କ ଜୀବନ ଜୀଇବା ଅସ୍ତବ୍ୟସ୍ତ କରିଛି ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନ ଓ ଘରୋଇ କମ୍ପାନୀ ମାନଙ୍କର କୋଟି କୋଟି ଟଙ୍କା ର ବିଦ୍ୟୁତ୍ ବିଲ୍ ବାକି ପଡିଥିବା ବେଳେ ନିରୀହ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାରେ ପକାଇବା ସହ ଖରାପ ବ୍ୟବହାର କରାଯାଉ ଥିବା ବି ଦେଖିବାକୁ ମିଳୁଛି । ଏବଂ ସରକାରୀ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ତାଙ୍କ ଅଧିକାର ରୁ ବଂଚିତ କରାଯିବା ପରି ଘଟଣା କେବଳ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନୁହେଁ ଓଡ଼ିଶା ର ପ୍ରତ୍ୟେକ ଅଂଚଳରେ ଦେଖିବାକୁ ମିଳୁଛି ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ। ଏହି ସମସ୍ୟାର ସମାଧାନ ସହ ଜନସାଧାରଣ ଙ୍କୁ ସରକାରୀ ଯୋଜନା ରୁ ବଂଚିତ ନକରିବା ଶିଳ୍ପ ଅନୁଷ୍ଠାନ ବା ଘରୋଇ କମ୍ପାନୀ ଗୁଡ଼ିକରେ ବାକି ପଡିଥିବା କୋଟି କୋଟି ଟଙ୍କା ର ବିଦ୍ୟୁତ୍ ବିଲ୍ ଆଦାୟ କରି ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବା ନେଇ ଆଜି ବୈଠକରେ ଦାବି ଉପସ୍ଥାପନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.