Home ଜିଲ୍ଲା ପରିକ୍ରମା ଭାରତୀୟ ମଜଦୁର ସଂଘର ୭୦ତମ ବର୍ଷ ପୂର୍ତି ପାଳନ, ବିଏମ୍‌ଏସ୍ ଏକ ସଂଘ ନୁହେଁ, ଏହା...

ଭାରତୀୟ ମଜଦୁର ସଂଘର ୭୦ତମ ବର୍ଷ ପୂର୍ତି ପାଳନ, ବିଏମ୍‌ଏସ୍ ଏକ ସଂଘ ନୁହେଁ, ଏହା ମଜଦୁରଙ୍କ ହକ୍ ପାଇଁ ଲଢ଼େଇର ମାଧ୍ୟମ

11

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘର ସ୍ଥାପନା ହେବାର ମୂଳ ଲକ୍ଷ୍ୟ ଶ୍ରମିକମାନଙ୍କ ହିତ ସାଧନ। ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳମନ୍ତ୍ରରେ ଦୀକ୍ଷିତ ଏହି ସଂଘର ପ୍ରତ୍ୟେକଟି ସଦସ୍ୟସଦସ୍ୟା ଏକ ହୋଇ ଗରିବ, ମଜଦୁରର ହକ୍ ପାଇଁ ଲଢ଼େଇ କରି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ କରି ଚାଲିଥିବ। ଏହି ଲଢ଼େଇର ଫଳ ମଜଦୁରମାନଙ୍କ ମୁହଁରେ ହସ ଫୁଟାଇଥାଏ ବୋଲି ଭାରତୀୟ ମଜଦୁର ସଂଘର ୭୦ତମ ବର୍ଷ ପୂର୍ତି ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସେମାନଙ୍କ ସାମାଜିକ ସୁରକ୍ଷା, ଆଶାକର୍ମୀ, ପାଚିକା, ସହାୟିକା ଭଳି ସବୁ କ୍ଷେତ୍ରରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ଇଏସ୍‌ଆଇ, ଇପିଏଫ୍ ପରିସରଭୁକ୍ତ କରି ଚାକିରି ସର୍ତାବଳୀ ଲାଗୁ କରିବାକୁ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରତ। ଦେଶର ସର୍ବ ବୃହତ୍ ଶ୍ରମିକ ସଂଗଠନ ଭାବେ ଭାରତୀୟ ମଜଦୁର ସଂଘ ପରିଗଣିତ ହେଉଥିବା ବେଳେ ଏହି ସଂଘ ରାଜ୍ୟର ସବୁ କ୍ଷେତ୍ରରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିଛି। ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଦିଲିପ ରାଉତରାଏ, ମଣ୍ଡଳ ଶ୍ରମ ଆୟୁକ୍ତ ଶଚ୍ଚିଦାନନ୍ଦ ଜେନା, ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ରାଜ୍ୟ ଉପସଭାପତି ତଥା ମୁଖ୍ୟବକ୍ତା ଶାନ୍ତନୁ କୁମାର ମହାପାତ୍ର, ଅଖିଳ ଭାରତ ମଧ୍ୟାହ୍ନ ଭୋଜନ କର୍ମଚାରୀ ସଂଘର ଉପସଭାପତି ମୁକ୍ତିକାନ୍ତ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ବସନ୍ତରାୟ ସଭାରେ ସଭାପତିତ୍ୱ କରିଥିଲେ। ଆଶାକର୍ମୀ ସଂଘ ଜିଲ୍ଲା ସମ୍ପାଦିକା ସଞ୍ଜୁଲତା ରାଉତ, ପ୍ରଭାସିନୀ ଦାସ, କନକ ବିଶ୍ୱାଳ ଶ୍ରମିକ ସଂଗୀତ ଗାନ କରିଥିଲେ। ବିଏମ୍‌ଏସ୍ ଜିଲ୍ଲା ସମ୍ପାଦକ ପରେଶ ନାଥ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଘ ପକ୍ଷରୁ ଆଗାମୀ ଦିନରେ ସଂଘ ସହ ଅନୁବନ୍ଧିତ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୁଲ୍ୟରେ ଅଗଷ୍ଟ ମାସରେ ରକ୍ତଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ଅଙ୍ଗନୱାଡ଼ି ସଂଘର ଜିଲ୍ଲାର ବରିଷ୍ଠ କାର୍ଯ୍ୟକତ୍ତା ସନ୍ଧ୍ୟାରାଣୀ ପହିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଧାମରା ବନ୍ଦର କର୍ମଚାରୀ ସଂଘ, ଜିଲ୍ଳା ଆଶାକର୍ମୀ ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଭଦ୍ରକ ଜିଲ୍ଲା ବ୍ୟବସାୟୀ ମଜଦୁର ସଂଘ, ଭଦ୍ରକ ଜିଲ୍ଲା ଅଟୋ ଚାଳକ ସଂଘ, ଧାମରା ଟ୍ରକ ଚାଳକ ସଂଘ, ଧାମରା ପୋର୍ଟ ଇଂଜିନିୟର୍ସ ଆଣ୍ଡ ଆମ୍ପେ୍ଲାଇଜ୍ ଆସୋସିଏସନ, ପାଚିକା ସହାୟିକା ମଜଦୁର ସଂଘ, ସ୍ୱାବଲମ୍ବୀ କାରିଗର ସଂଘ ଭଳି ବିଭିନ୍ନ ସଂଗଠନରୁ ମନୋଜ ଲେଙ୍କା, ଚନ୍ଦ୍ରଶେଖର ଜେନା, ଶଶିକାନ୍ତ ସାହୁ, ବିଜୟ ମିଶ୍ର, ବିଭୁତି ପାଣିଗ୍ରାହୀ, ଅଶୋକ ନାୟକ, ବିଶ୍ୱନାଥ ଜେନା, କମଳାକାନ୍ତ ସାହୁ, ବିପ୍ରଚରଣ ସେଠୀ, ଆରତୀ ପଣ୍ଡା, ତପନ ପଣ୍ଡା, ଆଡ୍‌ଭୋକେଟ ସଞ୍ଜୟ ମହାନ୍ତି, ସୁଶାନ୍ତ ସାହୁ, ମନୋଜ ପାତ୍ର, ସୁଶାନ୍ତ ନାୟକ, ତିଳୋତ୍ତମା ସାହୁ, ଶୋଭନ ମହାନ୍ତି, ବିଜୟ ପ୍ରତାପ ଜେନା, ସସ୍ମିତା ନାୟକ, ମମତା ବାରିକ, ପ୍ରଦୀପ ରାଉତ, ଶୁଭେନ୍ଦୁ ନାୟକ, ଅଭିମନ୍ୟୁ ଜେନା, କନକଲତା ଜେନା, ବିଳାସିନୀ ରାଉତ, ନିରୂପମା ପତ୍ରୀ, ଆରତୀ ପଣ୍ଡା, ଜାନକୀ ରାଉତ, ପ୍ରମୁଖ ଶତାଧିକ ସଦସ୍ୟସଦସ୍ୟା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.