Home ଜିଲ୍ଲା ପରିକ୍ରମା ସ୍ୱାମୀଙ୍କ ଗୋଇଠା ମାଡ଼ରେ ପତ୍ନୀଙ୍କ ଗର୍ଭନଷ୍ଟ, ସ୍ୱାମୀ ଗିରଫ

ସ୍ୱାମୀଙ୍କ ଗୋଇଠା ମାଡ଼ରେ ପତ୍ନୀଙ୍କ ଗର୍ଭନଷ୍ଟ, ସ୍ୱାମୀ ଗିରଫ

14

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଚକ ପଂଚାୟତ ଅଧୀନ ବାଲିପାଳ ଗ୍ରାମର ଜଣେ ମହିଳାଙ୍କ ପେଟକୁ ତାଙ୍କ ସ୍ୱାମୀ ଗୋଇଠା ମାରି ଗର୍ଭ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଲିସ ୨୩୩/୨୫ରେ ଏକ ମକଦ୍ଦମା ରୁଜୁ କରି ସ୍ୱାମୀ ସେକ୍ ସାହାବୁଦ୍ଦୀନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ଗ୍ରାମର ସମିନା ବିବି ବାଲିପାଳ ଗ୍ରାମର ସେକ୍ ସାହାବୁଦ୍ଦୀନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ସମିନାଙ୍କର ୨ଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ସମିନା ତୃତୀୟଥର ଗର୍ଭବତୀ ହୋଇଥିଲେ। ମାତ୍ର ସ୍ୱାମୀ ସେକ୍ ସାହାବୁଦ୍ଦୀନ ପୁଣି କନ୍ୟା ସନ୍ତାନ ହେବା ସନ୍ଦେହରେ ପତ୍ନୀ ସମିନାଙ୍କୁ ମାରଧର ଓ ନିର୍ଯାତନ ଦେଉଥିଲେ। ନିର୍ଯାତନା ସହି ନପାରି ସମିନା ମିର୍ଜାପୁର ଗ୍ରାମ ସ୍ଥିତ ବାପଘରକୁ ପଳାଇ ଆସି ରହିଥିଲେ। ସ୍ୱାମୀ ସେକ୍ ସାହାବୁଦ୍ଦୀନ ଜୁଲାଇ ୪ ତାରିଖ ଦିନ ଶଶୁରଘର ମିର୍ଜାପୁକୁ ଆସି ଘରେ କେହି ନଥିବାର ସୁଯୋଗ ନେଇ ସମିନାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ତଳି ପେଟକୁ ଗୋଇଠା ମାରିଥିଲେ। ଫଳରେ ସମିନାଙ୍କର ଗର୍ଭନଷ୍ଟ ହୋଇ ଯାଇଥିବା ଥାନାରେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.