Home ଜିଲ୍ଲା ପରିକ୍ରମା ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ,ସିନିୟର ମେଡିକାଲ ଅଫିସର କରୁଣାକର ରାଉତ ଚାକିରୀରୁ ବହିଷ୍କୃତ

ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ,ସିନିୟର ମେଡିକାଲ ଅଫିସର କରୁଣାକର ରାଉତ ଚାକିରୀରୁ ବହିଷ୍କୃତ

15

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମେଡିକାଲରେ କେନସର ବିଭାଗର କାର୍ଯ୍ୟରତ ଥିବା ଡାକ୍ତର କରୁଣାକର ରାଉତ ଚାକିରିରୁ ବହିଷ୍କୃତ । ତାଙ୍କୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ସରକାରଙ୍କ ଜିରୋ ଟୋଲରେନ୍ସ ନୀତି ଅନୁସାରେ ଏକ ପୁରୁଣା ଭିଜିଲାନ୍ସ କେସରେ ଦୋଷୀ ସାବ୍ୟସ୍ତ ହେବାପରେ ମୁଖ୍ୟମନ୍ତ୍ରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୧-୧୨ ମସିହାରେ ଯାଜପୁର ଜ଼ିଲ୍ଲା ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଥିବାବେଳେ ଡାକ୍ତର ରାଉତ କୌଣସି ଏକ କାମ କରିବା ପାଇଁ ଜଣେ କର୍ମଚାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏହାପରେ ଡାକ୍ତର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜ୍ଜୁ ହୋଇ ଡିପାର୍ଟମେଂଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। ପୂର୍ବରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା। ଆଜି ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତିି । ଏ ବିଷୟରେ ସେ କହିଲେ ମୁଁ ଏବେ ଭଣ୍ଡାରିପୋଖରୀରେ ଅଛି ମୁଁ କିଛି ଜାଣିନାହିଁ ବୋଲି କହିଛନ୍ତି । ତେବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀରଂଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ସଂପର୍କରେ ବର୍ତମାନ ସୁଦ୍ଧା ତାଙ୍କ ପାଖକୁ ସରକାରଙକ୍ ତରଫରୁ କୌଣସି ସୂଚନା କିମ୍ବା ପତ୍ର ପାଇନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.