Home ଜିଲ୍ଲା ପରିକ୍ରମା ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍କୁଲ କ୍ୟାମ୍ପସ ଭିତରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦଳୀୟ ପ୍ରଚାର

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍କୁଲ କ୍ୟାମ୍ପସ ଭିତରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦଳୀୟ ପ୍ରଚାର

10

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ଧାମନଗର ବ୍ଲକ ଅଧୀନରେ ଥିବା ଦଇପୁର ଗ୍ରାମ ପଂଚାୟତର ଇନ୍ଦ୍ରଗୋବିନ୍ଦ ଉଚ୍ଚ ବିଦ୍ୟାଳୟ ଯେଉଁଥିରେ ଏବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ରବିବାର ଦିନ ପ୍ରଧାନଶିକ୍ଷକ ଖଗେଶ୍ୱର ଜେନା ଏବଂ ଶିକ୍ଷୟତ୍ରୀ ମମତାମୟୀ ବେହେରା ଏକ ନିର୍ଦ୍ଦିଷ୍ଟ ଦଳର କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିନା ଅନୁମତିରେ ସ୍କୁଲ ପରିସର ଭିତରେ ଆୟୋଜନ କରିବା ସହିତ ଦଳୀୟ ବେନର ତଳେ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏହାକୁ ନେଇ ଜଣେ ସାମ୍ୱାଦିକ ପ୍ରଶ୍ନ କରିବାରୁ ବ୍ଲକ ଶିକ୍ଷା ଅଧିକାରୀ ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ ନିର୍ଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ । ପରେ ଧାମନଗର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏ ଘଟଣା ବିଷୟରେ କିଛି ଅବଗତ ନାହାନ୍ତି ଏବଂ ହାଇସ୍କୁଲ ହୋଇଥିବାରୁ ଏହା ତାଙ୍କ କେଂଟ୍ରାଲରେ ନାହିଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଣ୍ଡରରେ ଅଛି ବୋଲି ପ୍ରତିକ୍ରିୟା ଦେଇଥିଲେ । ପରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ସହିତ ସମସ୍ତ ତଥ୍ୟ ମାଗିଥିଲେ ଏବଂ ତଥ୍ୟ ଅନୁସାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଦୀର୍ଘ ବର୍ଷ ହେବ ଓଡ଼ିଶାରେ ଅଣ ଓଡିଆ ଶାସନ ଚାଲୁଛି କହି ଏବଂ ବିଜେପି ଶାସନକୁ ଆସିଲେ ସବୁ କିଛି ସଠିକ ଭାବେ ଚାଲିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଜ୍ୟ ସଭାପତି ପର୍ଯ୍ୟନ୍ତ ଯେଉଁ ରାଜ୍ୟବାସୀଙ୍କୁ ଯେଉଁ ଆଶ୍ୱାସନା ଦେଇଥିଲେ ତାହା ସରକାର ଆସିବା ପରେ କେତେ ଫଳପ୍ରଦ ହେଉଛି ଏବଂ ଖୋଦ ଯଦି ଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଉପସ୍ଥିତ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲ କ୍ୟାମ୍ପସ ଭିତରେ ନିର୍ଦ୍ଦିଷ୍ଟ ଦଳର ପ୍ରଚାର ପ୍ରସାର କରିବେ ତାହାଲେ ସାଧାରଣ ଲୋକ ସରକାରଙ୍କ ନିକଟରୁ ନ୍ୟାୟ କେମିତି ପାଇବେ । ତେବେ ଘଟଣା ଟି ଏବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନଜରରେ ଥିବା ସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଘୁରି ବୁଲୁଛି ଖାଲି ଦେଖିବାକୁ ବାକି ରହିଲା ମନ୍ତ୍ରୀ ମହୋଦୟ ଏବଂ ରାଜ୍ୟ ସରକାର ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କି ଦଳୀୟ ଭିତିରେ ପ୍ରସଙ୍ଗ ଟି ଚାପି ହୋଇ ଯାଉଛି ଯାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.