Home ଜିଲ୍ଲା ପରିକ୍ରମା ଆରଡି ନବନିର୍ମିତ ମେଡିକାଲ ଛାତରୁ ଖସିଲା ବଡ଼ ପ୍ଲାଷ୍ଟରଖଣ୍ଡ, ଅଳ୍ପକେ ବର୍ତିଲେ ଜଣେ ଷ୍ଟାଫ୍ ଙ୍କ...

ଆରଡି ନବନିର୍ମିତ ମେଡିକାଲ ଛାତରୁ ଖସିଲା ବଡ଼ ପ୍ଲାଷ୍ଟରଖଣ୍ଡ, ଅଳ୍ପକେ ବର୍ତିଲେ ଜଣେ ଷ୍ଟାଫ୍ ଙ୍କ ସହ ୩ ରୋଗୀ

9

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡିପୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଥିଲା । ଯାହାକି ଗତ ୬ମାସ ହେବ ନବନିର୍ମିତ ମେଡିକାଲ କୋଠାରେ ରୋଗୀ ଚିକିତ୍ସା ଚାଲୁଥିବା ସମୟରେ ହଠାତ୍ ଛାତରୁ ଖସିଥିଲା ବଡ଼ ପ୍ଲାଷ୍ଟରଖଣ୍ଡ । ଉକ୍ତ ସ୍ଥାନରେ ଥିବା ଜଣେ ଷ୍ଟାଫ୍ ଙ୍କ ସହ ୩ ରୋଗୀ ଅଳ୍ପକେ ବର୍ତି ଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ସୋମବାର ଶ୍ରାବଣୀ ଉତ୍ସବ ପାଇଁ ମେଡିକାଲ ପରିସର ଭିଡ ରହିଥିବାବେଳେ , ଏପରି ଘଟଣା ଘଟିବା ପରେ ଭୟଭିତ ହୋଇ ରୋଗୀ ଓ ଷ୍ଟାଫ୍ ବାହାରକୁ ପଳାଇଆସିଥିଲେ । ସୂଚନା ଅନୁଯାୟୀ ଗତ ୬ମାସ ହେବ ନବ ନିର୍ମିତ କୋଠାକୁ ସ୍ଥାନାନ୍ତର ହୋଇଥିଲା ମେଡିକାଲ । ହେଲେ ଆଜି ଏପରି ଘଟଣା ଘଟିବା ପରେ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଏପରି ଘଟଣା ଘଟିଥିଲେ ମଧ୍ୟ କାର୍ଯ୍ୟରତ ଡାକ୍ତର ଛାଡି ପଳାଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.