Home ଜିଲ୍ଲା ପରିକ୍ରମା ବେଆଇନି କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଓ କାଠ ଜବତ

ବେଆଇନି କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଓ କାଠ ଜବତ

18

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବନ ବିଭାଗର ଏକ ଟାସ୍କ ଫୋର୍ସ ଧାମନଗର ଠାରେ ଚାଲିଥିବା ଏକ କରତ କଳ ଉପରେ ଶନିବାର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିବା ସହ କରତ କଳ ମାଲିକଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଧାମନଗର ର ମୁଲଣା ସାହି ଠାରେ ଚାଲିଥିବା କରତ କଳ ଉପରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ମିଲର ଯନ୍ତ୍ରାଂଶ କୁ ଭିଜିଲାନ୍ସ ଟିମ୍ କାଟିବା ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି।ବେଆଇନ କରତ କଳ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିଲା। ବିଭାଗ ଚଢ଼ାଉ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସ୍ଥାନୀୟ ବନ କର୍ମଚାରୀ ଙ୍କ ଠାରୁ ଆଗୁଆ ସୂଚନା ପାଇ କରତକଳ ମାଲିକ ମାନେ ସତର୍କ ହୋଇଯାଉଥିଲେ। ବନ ବିଭାଗର ଭିଜିଲାନ୍ସ ଟିମ ସବୁ ଜାଣିବା ପରେ କଟକ ଓ ବାଲେଶ୍ୱରରୁ ଆସି ଚଢ଼ଉ କରିଥିଲେ। ଏହି ଚଡାଉ ରେ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ରଜନୀକାନ୍ତ ମହାନ୍ତି, ଆସିଷ୍ଟାଂଟ କମାଣ୍ଡେଣ୍ଡ ଆଲୋକ ଦାସ, ଭଦ୍ରକ ଏସିଏଫ ସୁମିତ ମହାନ୍ତି, କଟକ ଏସିଏଫ ବବିତା ଷଡ଼ଙ୍ଗୀଙ୍କ ସମେତ ଧାମନଗର ପୋଲିସ ସହଯୋଗ କରିଥିଲେ। ତେବେ ଧାମନଗର ବନ ବିଭାଗ ଅଧିକାରୀଣୀ ଙ୍କ ଖାମଖିଆଲି ମନ ଭାବ ଯୋଗୁ ବେଆଇନି ଭାବରେ କରତକଳ ଚାଲୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.