Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସିପିଆଇ(ଏମ) ନେତା ବାଇଧର ମଲ୍ଲିକଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ବିଶିଷ୍ଟ ସିପିଆଇ(ଏମ) ନେତା ବାଇଧର ମଲ୍ଲିକଙ୍କ ଶ୍ରଦ୍ଧାଞ୍ଜଳୀ ସଭା

10

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ର ପୂର୍ବତନ ବରିଷ୍ଠ ନେତା, ଓଡିଶା କୃଷକ ସଭା ର ପୂର୍ବତନ ଚାନ୍ଦବାଲି ବ୍ଲକ ସଭାପତି ତଥା ଘେଂଟଶ୍ୱର, ବାଂଶଡା ଓ ଧାମରା ଅଂଚଳର ଲୋକପ୍ରିୟ ଜନନେତା ବାଇଧର ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପରିପ୍ରେକ୍ଷୀରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ହୋଇଥିବା ସଭାରେ ଧାମରା ଅଂଚଳର ବରିଷ୍ଠ ସିପିଆଇ(ଏମ) ନେତା କାର୍ତିକ ଖିଲାର ସଭାପତିତ୍ୱ କରିଥିବା ବେଳେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ପ୍ରମୁଖ ଯୋଗଦେଇ ବାଇଧର ମଲ୍ଲିକ ଙ୍କ ନୀତି, ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ଇତିହାସ ସଂପର୍କରେ ଆଲୋଚନା କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନରେଶ ନାୟକ, ମଉସୁଧା ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ସୁଦର୍ଶନ ନାୟକ , ବାଇଧର ମଲ୍ଲିକ ଙ୍କ ଜ୍ୟୋଷ୍ଠପୁତ୍ର ପୁତ୍ର ପ୍ରବୀର ମଲ୍ଲିକ ଓ କନ୍ୟା ସମାଜସେବିକା ସ୍ୱର୍ଣ୍ଣପ୍ରଭା ବଳଙ୍କ ସମେତ ଧାମରା ଅଂଚଳରେ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.