Home ଜିଲ୍ଲା ପରିକ୍ରମା କରଞ୍ଜମାଳ ପଂଚାୟତରେ ମହମବତୀ ଶୋଭାଯାତ୍ରା ଏବଂ ନୀରବ ପ୍ରାର୍ଥନା

କରଞ୍ଜମାଳ ପଂଚାୟତରେ ମହମବତୀ ଶୋଭାଯାତ୍ରା ଏବଂ ନୀରବ ପ୍ରାର୍ଥନା

3

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବଇଁଚା ଠାରେ ମହମବତୀ ଶୋଭାଯାତ୍ରା ଏବଂ ନୀରବ ପ୍ରାଥର୍ନା ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ହୋଇଥିବା ମହମବତୀ ଶୋଭାଯାତ୍ରା ରେ ଉପସ୍ତିତ ଥିବା ବ୍ୟକ୍ତି ବିଶେଷ ମାନେ ଏହି ଦୁଃଖଦ ଘଟଣୋର ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ସୁରକ୍ଷିତ ରଖିବା ତଥା ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧେର କେଠାର କାର୍ଯ୍ୟାନୁଷ୍ଟାନ ନେବା ସହ ପିଡୀତାଙ୍କ ପରିବାରକୁ ନ୍ୟାୟ ଦେବାକୁ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ମହମବତୀ ଶୋଭାଯାତ୍ରା ଧାନକୁଟା ରୁ ବାହାରି ବଇଁଚା ହନୁମାନ ମୂର୍ତି ନିକଟରେ ଶେଷ ହୋଇଥିବା । ସେଠାରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାଥର୍ନା କରାଯାଇଥିଲା । ଏହି ଶୋଭାଯାତ୍ରା ଏବଂ ନୀରବପ୍ରାର୍ଥନାରେ ସପନ ପଣ୍ଡିତ, ପ୍ରଭାକାର ମାହୁନ୍ତ, ଦୀପକ ମଣ୍ଡଳ, ରତନ ପଣ୍ଡିତ, ଚନ୍ଦ୍ରକାନ୍ତ ମଣ୍ଡଳ, ମନୋରଞ୍ଜନ ମଣ୍ଡଳ, ସୁବ୍ରତ ଜେନା, ବୁଦ୍ଧିରାମ ଖଟୁଆ, ପଙ୍କଜ ପରିଡା, ସଞ୍ଜିବ ମଣ୍ଡଳ,ଅଲିନ ଦାସ, ଚନ୍ଦନ ମଣ୍ଡଳ, ପ୍ରଦ୍ୱୀପ ମଣ୍ଡଳ, ବିଜୟ ଶ୍ରୀ ମଣ୍ଡଳ ,ସଂଗ୍ରାମ ମଣ୍ଡଳ ଏବଂ ପିଂଟୁ ମଣ୍ଡଳଙ୍କ ସମେତ ଅଂଚଳବାସୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.