Home ଜିଲ୍ଲା ପରିକ୍ରମା ବାରୋ ସରପଂଚ ଉଦ୍ଧବ ଚରଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି, ସେ ଥିଲେ ଜଣେ ପରୋପକାରୀ ମଣିଷ

ବାରୋ ସରପଂଚ ଉଦ୍ଧବ ଚରଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି, ସେ ଥିଲେ ଜଣେ ପରୋପକାରୀ ମଣିଷ

11
filter: 0; fileterIntensity: 0.0; filterMask: 0; module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Night; cct_value: 0; AI_Scene: (200, -1); aec_lux: 215.1111; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଂଚାୟତର ସରପଂଚ ଉଦ୍ଧବ ଚରଣ ନାୟକଙ୍କୁ ଏକାଦଶାହ ଅବସରରେ ବୁଧବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ବାରୋ ସ୍ଥିତ ତାଙ୍କ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ବାରିକଙ୍କ ସଂଚାଳନ କରିଥିଲେ । ଏଥିରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ପୂର୍ବତନ ବିଧାୟକ ବଜୟ କୁମାର ନାୟକ ଓ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଅସିତ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ଧାମନଗର କଂଗ୍ରେସ ନେତା ରଂଜନ ବେହେରା, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ଜେନା, ଅକ୍ଷୟ ମଲ୍ଲିକ, ଅଭିଷେକ ରାଉତ, ଶ୍ୟାମସୁନ୍ଦର ପରିଡ଼ା, ନରହରି ନାୟକ, ଜାନକୀ ମଲିକ, ଭାସ୍କର ନାଥ, ପ୍ରଶାନ୍ତ ମଳିକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପୁଷ୍ପାଞ୍ଜଳି ଲେଙ୍କା, ସୁପ୍ରଭା ପାଣି ଓ ଚକ୍ରଧର ଦାସ, ସମିତିସଭ୍ୟ ଜୟପ୍ରକାଶ ମଳିକ ଓ ଭାଗିରଥି ମଳିକ, ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରକାଶଜ୍ୟୋତି ମହାକୁଡ଼ ଓ ରମେଶ ଭାରତୀ, ସମବାୟ ସମିତି ସମ୍ପାଦ ଅଚ୍ୟୁତନନ୍ଦ ମହାନ୍ତି, ଅମରେନ୍ଦ୍ର ନାୟକ, ସଂଜୟ ନାୟକ, ସାଳନ୍ଦୀ ବିକାଶ ମଂଚର ଅମ୍ବିକା ପ୍ରସାଦ ଦାସ, ବିଜେଡି ନେତା କମଳାକାନ୍ତ ଦାସ, କମଳାକାନ୍ତ ଲେଙ୍କା, ଗଣେଶ ପ୍ରସାଦ ନାୟକ, ଶରତ ମଳିକ, ବିଶ୍ୱରଂଜନ ନାୟକ, ଶିଶିର ପଣ୍ଡା, ଭରତ ସାହୁ, ସରୋଜ ଦାସ, ବିଜେପି ନେତା ଅଜୟ ନାୟକ, ଶରତ ଦାସ, ଦେବେନ୍ଦ୍ର ପୁହାଣ, ପ୍ରଶାନ୍ତ ପତି, ଜୟନ୍ତ ନାୟକ, ଉଷାକାନ୍ତ ନାୟକ, ସୂର୍ଯ୍ୟନାରାୟଣ ଭୋଇ, ସମାଜସେବୀ ନାରାୟଣ ମାନ୍ଧାତା, ଦେବ ବେହେରା, ପାର୍ଥସାରଥି ନାୟକ ପ୍ରମୁଖ ଯୋଗ ଦେଇ ସରପଂଚ ସ୍ୱର୍ଗତ ନାୟକ ଜଣେ ଭଲ ମଣିଷ ଥିଲେ । ସେ ସମସ୍ତ ଜନସାଧାରଣଙ୍କର ଉପକାର କରିଥୁବା ବେଳେ ପଂଚାୟତର ବିକାଶ ସହିତ କୃଷି ଓ କୃଷକମାନଙ୍କର ଉନ୍ନତି କଥା ଚିନ୍ତା କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି କହିଥିଲେ । ସମବାୟ ସମିତି ସମ୍ପାଦକ ବିଶ୍ୱନାଥ ଖୁଂଟିଆ, ପିଇଓ ସୁକାନ୍ତୀ ବାରିକ, ପ୍ରଶାନ୍ତ ମଳିକ, ରଘୁନାଥ ମଳିକ, ପ୍ରଭାତ ନାୟକ, ପ୍ରଦୀପ ନାୟକ, ସମ୍ବିତ ସାହୁ, ଜ୍ଞାନପ୍ରକାଶ ନାୟକ, ଜ୍ୟୋତିପ୍ରକାଶ ନାୟକ, ମୁକ୍ତିକାନ୍ତ ସାମଲ, ଦୟାନିଧି ସାହୁ, ରାଧାକାନ୍ତ ବୋଇତି, ମନ୍ମଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.