Home ଜିଲ୍ଲା ପରିକ୍ରମା ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁରେ ଧାମନଗର ବନ୍ଦ ସଫଳ, ଦୋବଲରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ...

ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁରେ ଧାମନଗର ବନ୍ଦ ସଫଳ, ଦୋବଲରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତେଜନା

23

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ଙ୍କ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ,ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ସମେତ ସହଯୋଗୀ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଂଟିଆ ଓଡିଶା ବନ୍ଦ ଡାକରା ଧାମନଗରରେ ସମ୍ପୂର୍ଣ୍ଣ ସଫଳ ହୋଇଛି । ବ୍ଲକର ଧାମନଗର, ଧୁଷୁରୀ ,ଅସୁରାଳି, ସହିଦନଗର, ବେତାଳିଗାଁ, କୋଠାର ଆଦି ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନ,ବ୍ଲକ ତହସିଲ ସମସ୍ତ ସରକାରୀ ଦପ୍ତର, ବ୍ୟାଙ୍କ ପୋଷ୍ଟ ଅଫିସ ଆଦି ସ୍ୱତ ପ୍ରଭୁତ ଭାବେ ବନ୍ଦ କରିଦେଇଥିଲେ । ଧାମନଗର ବଜାର ବିଜୁ ପଟ୍ଟନାୟକ ଛକରେ ଆନ୍ଦୋଳନ କାରୀ ମାନେ ରାସ୍ତା ଅବରୋଧ କରି ସରକାରଙ୍କ ବିରୁଦ୍ଧରେ ନାରା ବାଜି ଦେଇ ପିକେଟିଂ କରିଥିଲେ । ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ କାଁ ଭାଁ ଜାଗାରେ ଯାତ୍ରୀ ମାନେ ହଇରାଣ ହରକତ ହୋଇଥିଲେ । ଭଦ୍ରକ ଆରଡ଼ି ମୂଖ୍ୟ ରାସ୍ତାର ଅସୁରାଳି, ଧୁଷୁରୀ , ବେତାଳି ଗାଁ, ଆଦି ବଜାରରେ କଂଗ୍ରେସ ଏବଂ ବାମପନ୍ଥୀ ଦଳର ନେତା ଓ କର୍ମୀମାନେ ରାସ୍ତା ଅବରୋଧ କରି ବସି ରହିବା ସହ ମାତ୍ର ଏକ ବର୍ଷ ଶାସନ ମଧ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡି ଥିବା, ବିଜେପି ସଂଗଠନର ଛାତ୍ରୀ ସୌମ୍ୟଶ୍ରୀ ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଂସଦ ପୁଲିସ ଇତ୍ୟାଦି ସମସ୍ତଙ୍କୁ ଭେଟି ଗୁହାରି କରିଥିଲେ ହେଁ ଶେଷରେ ତାକୁ ନ୍ୟାୟ ନ ମିଳିବାରୁ ସେ ଆତ୍ମହତ୍ୟା କରି ଥିବା ସମ୍ପର୍କରେ କଂଗ୍ରେସ୍ କର୍ମୀ କହିଥିଲେ । ସୌମ୍ୟଶ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି କହିଥିଲେ । ଧାମନଗରରେ କଂଗ୍ରେସ କର୍ମୀ ବିଦ୍ୟାଧର ଜେନା ନେତୃତ୍ୱ ରେ ନାରୀନେତ୍ରୀ ଜାନକୀ ମଲିକ, ଚିନ୍ତାମଣି ବାରିକ,ନଟବର ଦାସ, ନାନୁ ମହାପାତ୍ର, ସି ପି ଆଇ ଏମ ସାଥି ଯଇନୁଲୁ ଅବେଦିନି, ଜିଲାନି ଖାଁ, ବିପ୍ଳବ ଜେନା,ପ୍ରତାପ ଦାସ,ସନ୍ତୋଷ ଜେନା ଆନ୍ଦୋଳନ ସାମିଲ ହୋଇ ଥିବାବେଳେ । ଧୁଷୁରୀ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରଞ୍ଜନ କୁମାର ବେହେରା,ପ୍ରଦୀପ୍ତ କୁମାର ଦାସ,ପରମା ନନ୍ଦ ସାଏନ୍ତ ,ରବୀନ୍ଦ୍ର ନାୟକ, ଅସୁରାଳିରେ ସୁଧୀର ଖଟୁଆ, ଅରବିନ୍ଦ ନାୟକ,ଆଲୋକ ସ୍ୱାଇଁ, ବେତାଳି ଗାଁରେ ରମେଶ ଚନ୍ଦ୍ର ବେହେରା,ତ୍ରିଲୋଚନ ଦାସ,ସାମ୍ୟବାଦୀ ନେତା ମାର୍କଣ୍ଡ ଜେନା,ଜଳଧର ମଳିକ,ବିଜେଡିର ଅନୀଲ ଦାସ,ସୁଶାନ୍ତ ନାୟକ, ବ୍ରଜେନ୍ଦ୍ର ମହାନ୍ତି ସମେତ ସାମିଲ ହୋଇଥିଲେ ।ସେହି ଭଳି ଦୋବଲ ବଜାର ରେ ବନ୍ଦ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଙ୍କ ମଧ୍ୟ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ବସଷ୍ଟାଣ୍ଡ ରୁ ସରକାରୀ ବସ କୁ ଡ୍ରାଇଭର ନେଉଥିବା ବେଳେ କଂଗ୍ରେସ କର୍ମୀ ଏହାକୁ ବିରୋଧ କରିଥିଲେ ।ମାତ୍ର ଖବର ପାଇ ଧାମନଗର ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ବସ ଟିକୁ ନେବାକୁ ଚାହୁଥିବ ବେଳେ ଉଭୟ ପୋଲିସ ଓ କଂଗ୍ରେସ କର୍ମୀ ଙ୍କ ମଧ୍ୟ ରେ ଉଚ୍ଚ ବାଚ ଓ କଥା କଟା କଟି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ କିଛି ସମୟ ପାଇଁ ସେଠାରେ ମୃଦୁ ଉତେଜନା ସୃଷ୍ଟି ହୋଇଥିଲା । ତେବେ କା ଭା କେଉଁଠି ବନ୍ଦ ବେଳେ ପାଟି ତୁଣ୍ଡ ହୋଇଥିବା ବେଳେ ଅନ୍ୟ ଆଡେ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ସଫକ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.