Home ଜିଲ୍ଲା ପରିକ୍ରମା ସହିଦ୍ ମାନଙ୍କୁ ସମ୍ମାନ ଦେବା ପ୍ରତି ବଦଳରେ ସହିଦ୍ ପୀଠ ରେ ମଦ,ଗଞ୍ଜେଇ,ଡ୍ରଗସ୍ ର ଚାଲିଛି...

ସହିଦ୍ ମାନଙ୍କୁ ସମ୍ମାନ ଦେବା ପ୍ରତି ବଦଳରେ ସହିଦ୍ ପୀଠ ରେ ମଦ,ଗଞ୍ଜେଇ,ଡ୍ରଗସ୍ ର ଚାଲିଛି ଚୋରା ବେପାର, ରାତି ତ ରାତି ଦିନରେ ଯିବାକୁ ଡରୁଛନ୍ତି ସାଧାରଣ ଜନତା, କେବେ ପଡ଼ିବ ପ୍ରଶାସନ ଙ୍କ ଦୃଷ୍ଟି!

24

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଭାରତ ବର୍ଷରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନର ଇତିହାସ ଆଜି ବି ଜୀବନ୍ତ । ଦେଶ ମାତୃକାର ମୁକ୍ତି ପାଇଁ ଅନେକ ସଂଘର୍ଷ ଓ ସଂଘାତ ଦେଖ?ିବାକୁ ମିଳିଥିଲା ବେଳେ ଏଥିମଧ୍ୟରୁ ଭଦ୍ରକର (ଅବିଭକ୍ତ ବାଲେଶ୍ୱର ଜିଲ୍ଲାର) ଲୁଣିଆ ଠାରେ ଗତ ୮୩ବର୍ଷ ତଳେ ଘଟିଥିବା ଗୁଳିକାଣ୍ଡର ସ୍ମୃତି ଏବେବି ତାଜା ହୋଇରହିଛି। ଘଟଣା ବହୁଳ ସ୍ୱାଧୀନତା ସଂଗ୍ରାମରେ ସଂଗଠିତ ଲୋମଟାଙ୍କୁରା ଲୁଣିଆ ଗୁଳିକାଣ୍ଡର ପୃଷ୍ଠଭୂମି ଆଜି ବି ଉଜ୍ଜୀବିତ ହୋଇରହିଛି ।ପୁଲିସ ଗୁଳିରେ ଚାହୁଁ ଚାହୁଁ ସେହିଠାରେ ଟଳି ପଡ଼ିଥିଲେ ୯ ଜଣ ସଂଗ୍ରାମୀ। କ୍ଷତାକ୍ତ ହୋଇଥିଲେ ଅନେକ । ଗିରଫ ହେଲେ ସର୍ଦ୍ଦାର ମୁରଲୀ ପଣ୍ଡା । ରାଜୁଆଳିର ନିଧ୍ ମହାଳିକ (୫୫), କୃଷ୍ଣ ମହାଳିକ (୨୮), ଶ୍ୟାମ ମହାଳିକ (୩୫), ଲୁଣିଆର ଅଗଣି ସାହୁ (୫୨), କଟସାହିର ଗୋପୀନାଥ ଯେନା (୨୫), କାଶିମପୁରର ନବକିଶୋର ନାୟକ (୩୨), ଶୁଶୁଆର ଗୌରୀ ଯେନା (୫୦), ପଥରଡ଼ିହରଚିନ୍ତାମଣି ଦାସ (୫୫) ଓ ଖପରପଦାର ଶଙ୍କର ବେହେରା (୫୦)। ସଂଗ୍ରାମୀଙ୍କ ରକ୍ତରେ ଲେଖା ହେଲା ସ୍ୱାଧୀନତା ଆନ୍ଦୋଳନ। ଆଜି ବି ବିରତ୍ୱ ର ଗାଥା ନିର୍ବାହ କରୁଚି ସହିଦ୍ ନଗର ର ସ୍ମୃତି ପୀଠ। ବହୁ ବୀର ଯବାନ ସ୍ୱାଧୀନତା ନିମିତ ନିଜର ପ୍ରାଣ ବଳି ଦେଇ ସହିଦ୍ ନଗର ର ଇତିହାସ କୁ କରିଛନ୍ତି ଗରୀମାମୟ, ଅକ୍ଷୟ ଓ ସ୍ୱର୍ଣ୍ଣମୟ। କିନ୍ତୁ ଇତିହାସ ର ବିରତ୍ୱ ଗାଥା ବହନ କରୁଥିବା ସ୍ମୃତି ପୀଠ ପାଲଟିଛି ଏବେ ଅସାମାଜିକ ଲୋକ ଙ୍କ ଆଡ୍ଡା ସ୍ଥଳୀ। ସହିଦ୍ ସ୍ମୃତି ପୀଠ ପାଖରେ ମଦୁଆ ମାତାଲ୍ ଙ୍କ ଆଶ୍ରୟ ଗାର ପାଲଟିଲାନି। ଦିନ ରାତି କିଛି ନ ମାନି ମଦ ପିଇ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରୁଛନ୍ତି। ଏଥିପାଇଁ ଛାତ୍ର ଛାତ୍ରୀ ତଥା ସାଧାରଣ ଜନତା ଙ୍କ ନିମନ୍ତେ ଗମନାଗମନ ଅସହ୍ୟ ହୋଇ ପଡ଼ୁଚି। କେବଳ ସେତିକି ନୁହ ଧଳା ଜହର ର ମଧ୍ୟ ସପ୍ଲାଏ ଚାଲିଛି। ସହିଦ୍ ମାନଙ୍କୁ ସମ୍ମାନ ଦେବା ପ୍ରତି ବଦଳରେ ସହିଦ୍ ପୀଠ ରେ ଗଞ୍ଜେଇ ଡ୍ରଗସ ର ଚାଲିଛି ଚୋରା ବେପାର!ପ୍ରଶ୍ନ ଉଠୁଛି ସେହି ପାଖାପାଖି ୨୦୦ ମିଟର ପରିଧି ଭିତରେ ସହିଦ୍ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ପୁଣି ସହିଦ୍ ସ୍ମୃତି ପୀଠ ତା ସାଙ୍ଗକୁ ସହିଦ୍ ନଗର ର ମୁଖ୍ୟ ବଜାର ମଧ୍ୟ ରହୁଚି କିନ୍ତୁ ଏହି ଅସାମାଜିକ ମନୋମୁଖୀ କାର୍ଯ୍ୟ କୁ ପ୍ରଶାସନ ର ଦୃଷ୍ଟି ନାହିଁ। ସ୍ଥାନୀୟ ବାସିନ୍ଦା ଏହା ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ କର୍ଣ୍ଣପାତ କରାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏବେ ଦିନକୁଦିନ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି ତେଣୁ ଆଗାମୀ ଦିନରେ ଆନ୍ଦୋଳନ ବିହିତ ପଦକ୍ଷେପ ଗ୍ରହଣ ନ କଲେ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.