Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ୧୩୧ତମ ଜୟନ୍ତୀ ପାଳିତ, ବିପ୍ଳବୀ ଚକ୍ରଧର ବେହେରା ଥିଲେ କନିକାର ସୂର୍ଯ୍ୟ

ଜିଲାସ୍ତରୀୟ ୧୩୧ତମ ଜୟନ୍ତୀ ପାଳିତ, ବିପ୍ଳବୀ ଚକ୍ରଧର ବେହେରା ଥିଲେ କନିକାର ସୂର୍ଯ୍ୟ

8

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକାର ପ୍ରଜାମାନଙ୍କୁ ତତ୍‌କାଳୀନ ରାଜାଙ୍କ କବଳରୁ ମୁକ୍ତି କରିବା ପାଇଁ ପ୍ରଜା ଆନ୍ଦୋଳନ ଆକାଶରେ ସୂର୍ଯ୍ୟ ଭଳି ପ୍ରତିଭା ତ ହୋଇଥିଲେ ବିପ୍ଳବୀ ଚକ୍ରଧର ବେହେରା। ନିଜେ ସେହି ରାଜ ଦରବାରରେ ଚାକିରୀ କରି ସେହି ଦରବାରର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିବା ଇତିହାସରେ କମ୍ ଦେଖିବାକୁ ମିଳେ। ମେଧାବୀ ସ୍ୱାଧୀନ ଚେତା କବି ସାହାସୀ କନିକା ଆନ୍ଦୋଳନର ରଥୀ ସାଜିଥିଲେ ଚକ୍ରଧର ବେହେରା। ବିଧାନସଭାରେ ନିର୍ବାଚିତ ବିଧାୟକ ଭାବେ ନିଜ ମାଟି ପାଇଁ ଯେଉଁସବୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି, ତାହା ଚିର ସ୍ମରଣୀୟ ହୋଇରହିବ। ଭୋଗ ନୁହେଁ ତ୍ୟାଗ, ନିଜ ପାଇଁ ନୁହେଁ ଅନ୍ୟ ପାଇଁ ବଂଚିବା ତାଙ୍କର ନୀତି ଓ ବ୍ରତ ଥିଲା ବୋଲି ଜିଲାସ୍ତରୀୟ ବିପ୍ଳବୀ କବି ଚକ୍ରଧର ବେହେରାଙ୍କ ୧୩୧ତମ ଜୟନ୍ତୀ ପାଳନରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲା ସଂସ୍କୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ଦିଲ୍ଲୀପ ରାଉତରାୟ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟକ ପବିତ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର, ବରିଷ୍ଠ ସମାଜସେବୀ ବୈଲୋଚନ ଜେନା, ଚକ୍ରଧର ବେହେରା ସ୍ମୃତି କମିଟି ସଭାପତି ବାସୁଦେବ ବାରିକ, ସଂପାଦକ ଉପେନ୍ଦ୍ର ବାରିକ, ସଂଯୋଜକ ଭାବେ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ। ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ ସ୍ମୃତି ସଂଗୀତ ପରିବେଷଣ କରିଥିଲେ। ତ୍ୟାଗଭୂମିର ସଭାପତି ତଥା ସମାଜସେବୀ ଅଜୟ ନାୟକ, ଭୂମିକନ୍ୟା ସଂଗଠନର ସଂପାଦିକା ସଂଯୁକ୍ତା ବଳ ମଧ୍ୟ ବିପ୍ଳବୀ ଚକ୍ରଧର ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ଏହି ଜୟନ୍ତୀ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସ୍ୱର୍ଗତଃ ଶାନ୍ତିଲତା ନାଗ ସ୍ମୃତି କମିଟି ତରଫରୁ ମଧ୍ୟ ପ୍ରଥମ ପ୍ରତିଭାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଜଗା ଚାକର ସଂଘର କର୍ମକର୍ତାମାନଙ୍କୁ ମଧ୍ୟ ସେମାନଙ୍କର ଉର୍ତ୍ସଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରପ୍ରାପ୍ତ ସରକାରୀ ସୂଚନା ଲୋକ ସଂପର୍କ ଅଧିକାରୀ ଶାଶ୍ୱତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଜିଲା ପ୍ରଶାସନ ତରଫରୁ ଓଡ଼ିଆ ବରପୁତ୍ରମାନଙ୍କ ଫଟୋ ସମ୍ବଳିତ ଓଡ଼ିଶା କ୍ୟାଲେଣ୍ଡର ସମସ୍ତଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ବିଭାଗୀୟ କର୍ମଚାରୀ ମିନାକ୍ଷୀ ତାରାବଡୁ, ଲିସାରାଣୀ ରାଉତ, ଜିଲା କଳା ସଂସ୍କୃତି ସଂଘର ସଭାପତି ତ୍ରିଲୋଚନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.