Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ସୁକନ୍ୟା ସମୃଦ୍ଧି ଯୋଜନା ବୈଠକ

ଜିଲ୍ଲା ସ୍ତରୀୟ ସୁକନ୍ୟା ସମୃଦ୍ଧି ଯୋଜନା ବୈଠକ

15

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନ୍ୟା ସନ୍ତାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ଲାଭ ଓ ବିବାହ ପାଇଁ କେନ୍ଦ୍ର ସରକାର ସୁକନ୍ୟା ସମୃଦ୍ଧି ଯୋଜନା ପ୍ରଣୟନ କରିଛନ୍ତି। ସରକାରଙ୍କ ଏହି ଯୋଜନାର ସଫଳତା ନେଇ ଆଜି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ସ୍କୁଲ ଶିକ୍ଷକ, ଅଙ୍ଗନୱାଡି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲାପାଳ ଶ୍ରୀ ରାଉତରାଏ କହିଥିଲେ। ଯୋଜନାର ଉଦ୍ଦେଶ୍ୟ ସଂପର୍କରେ ଗ୍ରାମାଂଚଳରେ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଓ ଅଙ୍ଗନୱାଡି କର୍ମୀ ଯୋଜନାର ଆଭିମୁଖ୍ୟ ସଂପର୍କରେ ସଚେତନ କରାଇପାରିଲେ ଏହି ଯୋଜନାଟି ଫଳପ୍ରଦ ହେବ ବୋଲି ଜିଲାପାଳ ଶ୍ରୀ ରାଉତରାଏ ବୈଠକରେ ମତପ୍ରକାଶ କରିଥିଲେ। ସୁକନ୍ୟା ସମୃଦ୍ଧି ଯୋଜନା ୧୦ ବର୍ଷରୁ କମ ବୟସର ଝିଅ ପିଲାଙ୍କ ପାଇଁ ଉଜ୍ଜଳ ଭବିଷ୍ୟତ ଯୋଜନା । ଏଥିରେ ବାର୍ଷିକ ୨୫୦ ଟଙ୍କା ରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସେହି ଝିଅ ପାଇଁ ରଖା ଯାଇପାରିବ। ୨୧ ବର୍ଷ ପରେ ଏହି ଟଙ୍କାକୁ ଝିଅର ବିଭାଘରରେ ବା ସେ ସ୍ୱ ଇଚ୍ଛାରେ ଯେଉଁ କାର୍ଯ୍ୟରେ ଲଗାଇ ପାରିବ। ତେଣୁ ଜନ ସାଧାରଣ ମାନେ ସୁକନ୍ୟା ସମୃଦ୍ଧିରେ ନିଜ ଝିଅ ପାଇଁ ଅର୍ଥର ସୁବିନିଯୋଗ କରି ନିଜ ପରିବାର ଓ ଦେଶର ବିକାଶରେ ସହଭାଗିତା ହେବା ଉଚିତ୍ ବୋଲି କହିଥିଲେ। ଅନୁଷ୍ଠିତ ବୈଠକକୁ ସ୍ୱଳ୍ପ ସଂଚୟ ଅଧିକାରିଣୀ ମୋନାଲିସା ପଣ୍ଡା ସଂଚାଳନ କରିଥିଲେ। ଏହି ବୈଠକରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ପୋଷ୍ଟାଲ ସୁପରିଟେଣ୍ଡେଂଟ ବିଜୟ ମହାନ୍ତି, ଏଲ୍‌ଡିଏମ୍ ମ୍ୟାନେଜର ନାଗେଶ୍ୱର ରାୟ, ଜିଲା ଶିକ୍ଷାଧିକାରୀ ଜଗବଂଧୁ ସାହୁ, ପୂର୍ବତନ ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟଙ୍କ ସମେତ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଓ ସମସ୍ତ ହାଇସ୍କୁଲ ଓ ପ୍ରାଥମିକ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନୱାଡି ସୁପରଭାଇଜରମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.