Home ଜିଲ୍ଲା ପରିକ୍ରମା ରାଜ୍ୟ ଯୋଗାଣ ବିଭାଗର ସ୍ୱତନ୍ତ୍ର ସଚିବ ଧାମନଗରର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ପରିଦର୍ଶନ

ରାଜ୍ୟ ଯୋଗାଣ ବିଭାଗର ସ୍ୱତନ୍ତ୍ର ସଚିବ ଧାମନଗରର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ପରିଦର୍ଶନ

7
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳରେ ଚାଷୀ ରବି ଧାନ ବିକ୍ରି ପାଇଁ ବିଭିନ୍ନ ଧାନ ମଣ୍ଡିରେ ନିଜର ଧାନ ବିକ୍ରୟ କରୁଛନ୍ତି। ତେବେ ଉକ୍ତ ଧାନ ଠିକ୍ ଭାବରେ କ୍ରୟ କରାଯାଉଛି କି ନାହିଁ, ଧାନ ମଣ୍ଡି ରେ ଚାଷୀ ଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି କି ନାହିଁ, ସେଠାରେ ପାନୀୟ ଜଳ ବ୍ୟବସ୍ତା, ମାପ ଓଜନ ଇତ୍ୟାଦି ଠିକ୍ ଅଛିକି ନାହିଁ ଏଥିପାଇଁ ଅଚାନକ ଭାବରେ ଯୋଗାଣ ବିଭାଗ ର ସ୍ୱତନ୍ତ୍ର ସଚିବ ଶ୍ରୀଧର ନାୟକ ଶୁକ୍ରବାର ଗୋବିନ୍ଦପୁର ପଂଚାୟତ ନିକଟରେ ଥିବା ବରଗଡା ସେବା ସମବାୟ ସମିତି ରେ ଧାନମଣ୍ଡି ପରିଦର୍ଶନ ରେ ଆଶି ଚାଷୀ ଙ୍କ ସହ ଆଲୋଚନା କରିଥିଲେ । ଆର ଏମି ସି ପକ୍ଷରୁ କରାଯାଇଥିବା ଚାଷୀ ଙ୍କ ଅସ୍ଥାୟୀ ବସିବା ସ୍ଥାନ ଠିକ ଭାବରେ କରାଯାଇ ନଥିବାରୁ ଶ୍ରୀ ନାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ସମିତି ର ସଂପାଦକ ରାମ ଚନ୍ଦ୍ର କର ସମିତି ର ବିଭିନ୍ନ ସମସ୍ୟା ସଂପର୍କ ରେ ସୁଚନା ପ୍ରଦାନ କରିଥିଲେ । ଏହି ଅବସର ରେ ଡି ଆର ସି ଏସ ଦୁଃଖିଆ ଟୁଡୁ, ଏସ ଆର ବସନ୍ତ ରଣା, ସି ଏସ ଓ ଲିଙ୍ଗରାଜ ବେହେରା,ଧାମନଗର ଯୋଗାଣ ଅଧିକାରୀ ରସାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.