Home ଜିଲ୍ଲା ପରିକ୍ରମା ନନ୍ଦିନୀ ଶତପଥିଙ୍କର ୯୪ ତମ ଜୟନ୍ତୀ ଉତ୍ସବ

ନନ୍ଦିନୀ ଶତପଥିଙ୍କର ୯୪ ତମ ଜୟନ୍ତୀ ଉତ୍ସବ

10

ଭଦ୍ରକ, ୯ା୬ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ନନ୍ଦିନୀ ଶତପଥି ଥିଲେ ଏକାଧାରରେ ଜଣେ କବି, କଥାଶିଳ୍ପୀ, ରାଜନେତ୍ରୀ ଓ ସଙ୍ଗୀତାନୁରାଗିଣୀ । ପିଲାଟି ଦିନରୁ ସ୍ୱାଧୀନଚେତା ଚିନ୍ତାଧାରା ମହିଳା। ଦେଶ ଓ ଦଶର ଡାକରେ ସଦା ଅଧୀରା ଏହି ଜନନେତ୍ରୀ ତୃଣମୂଳ ସ୍ତରରୁ ଗଠିରଠି ମାତ୍ର ୩୧ ବର୍ଷ ବୟସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୬୬ରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ତଥ୍ୟ ଓ ବେତାର ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇଦୁର ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ପ୍ରଥମଥର ୧୪ ଜୁନ୍ ୧୯୭୨ରୁ ୩ ମାର୍ଚ ୧୯୭୩ ଓ ଦ୍ୱିତୀୟ ଥର ୬ ମାର୍ଚ ୧୯୭୪ରୁ ୧୬ ଡିସେମ୍ବର ୧୯୭୬। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଶାସନକାଳ ଖୁବ୍ ଦୀର୍ଘ ଅବଧୂର ନୁହେଁ ଓ ନନ୍ଦିନୀଙ୍କ ଓଡ଼ିଶା ଆଜି ତାଙ୍କଠୁ ବା କେତେ ପାଦ ଦୂରରେ ! ଦେଶ ଓ ଦଶ ପାଇଁ ଏତେସବୁ କରି ମଧ୍ୟ ନନ୍ଦିନୀ ଦେବୀ କେବେ ବି ନିଜ ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯିବାର ବାସନା ପୋଷଣ କରି ନ ଥିଲେ ବୋଲି ଆଜି ନନ୍ଦିନୀ ଶତପଥି ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ନନ୍ଦିନୀ ଶତପଥି ଙ୍କ ୯୪ତମ ଜୟନ୍ତୀ ଉତ୍ସବ ରେ ଅତିଥିମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଘାଟକ ଭାବେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲିପ ରାଉତରାଏ, ମୁଖ୍ୟ ବକ୍ତା ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ସମ୍ମାନିତ ବକ୍ତା ଡା ସୁଧାଂଶୁ ଶେଖର ବଳ,ପ୍ରାଧ୍ୟାପକ କମଳା କାନ୍ତ ସ୍ୱାଇଁ, ଅଧ୍ୟକ୍ଷ ନିହାର ରଞ୍ଜନ କର ପ୍ରମୁଖ ଯୋଗଦେଇ ଥିଲେ କମିଟି ର ସମ୍ପାଦକ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଯାଦବ ଅତିଥି ପରିଚୟ ପ୍ରଦାନ କରିଥିଲେ, ଉପସଭାପତି ଶାନ୍ତିଲତା ବାରିକ,ଗୀତାଞ୍ଜଳି ଅଗସ୍ତି, ସହ ସମ୍ପାଦକ ତୃପି ଦାସ ଅତିଥି ଙ୍କୁ ସ୍ୱାଗତ କରିଥିଲେ । ଡା ସୁଧାଂଶୁ ଶେଖର ବଳ ଖବର ଦାତା ଅଜୟ ମଲ୍ଲିକ, ସୁଜୟ ପାକଳ,କବି ସରୋଜିନୀ ଦେବୀ,ଜାନକୀ ପାଢ଼ୀ,ଗୀତାଞ୍ଜଳି ଅଗସ୍ତି, ସୁପ୍ରଭା ମିଶ୍ର,ମମତା ବଳ,ସୁଶ୍ରୀ ସଂଗୀତା ସାହୁ, ତୃପ୍ତି ଦାସ, ସଂଯୁକ୍ତା ଯାଦବ, ଶାନ୍ତିଲତା ବାରିକ ପ୍ରମୁଖ ଙ୍କୁ ଉଦଘାଟକ ବିଧାୟକ ଶ୍ରୀ ମହାପାତ୍ର ଓ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ରାଉତ ରାଏ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ବିକ ସଂଗୀତ ଗାନ କରିଥିଲେ ରାମନାରାୟଣ ମହାନ୍ତି, ଶଶିକଳା ମିଶ୍ର ଓ ବଂଶୀବାଦନ କରିଥିଲେ ସୁରେଶ ଜେନା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କମିଟି ର ଆବାହକ ଖବରଦାତା ରବିନାରାୟଣ ଖିଲାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.