Home ଜିଲ୍ଲା ପରିକ୍ରମା ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ

ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୩ ଆହତ

24

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ସୟା ପଂଚାୟତ ଅଧୀନ ମୁଲଣାସାହି ଗ୍ରାମର ଗାନ୍ଧୀ ମହାଳିକ ଓ ପଂଚାନନ ମହାଳିକଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ଶନିବାର ରାତିରେ ଗଣ୍ଡଗୋଳ ଉପୁଜିଛି। ଏହି ଗଣ୍ଡଗୋଳରେ ଗୋଟିଏ ପକ୍ଷର ପଂଚାନନ ମହାଳିକ ଓ ତାଙ୍କ ପୁଅ ମଂଟୁ ମହାଳିକ ଓ ଅନ୍ୟ ଅପକ୍ଷର ଗାନ୍ଧି ମହାଳିକଙ୍କ ପୁଅ ଉମାକାନ୍ତ ମହାଳିକ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ ଉମାକାନ୍ତ ମହାଳିକଙ୍କ ସ୍ତ୍ରୀ ତପସ୍ୱିନୀଙ୍କ ଅଭିଯୋଗ ମୂଳେ ୨୦୫/୨୫ ଓ ପଂଚାନନ ମହାଳିକଙ୍କ ସ୍ତ୍ରୀ ଜୟନ୍ତୀଙ୍କ ଅଭିଯୋଗମୂଳେ ୨୦୬/୨୫ରେ ଦୁଇଟି ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଉଭୟ ପରିବାର ମଧ୍ୟରେ ପୂର୍ବରୁ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲେ। ଯାହାକୁ ନେଇ ଶନିବାର ରାତିରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ରୂପ ନେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.