ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ କଷଟି ଗ୍ରାମରେ ଗୋଚାଲାଣ ବିରୋଧର ସ୍ୱର ଉଠାଇ ଦୃର୍ବୁତ ମାନଙ୍କ ମରଣାନ୍ତକ ଆକ୍ରମଣରେ ଶିକାର ଯୁବକ ସନ୍ତୋଷ ପରିଡ଼ାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଓ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତନ୍ୱା ଦେବା ସହ ଉତମ ଚିକିତ୍ସା ପାଇଁ ଡାକ୍ତର ଓ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ଆଲୋଚନା କଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହାପରେ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡିଜିପିଙ୍କୁ ସାକ୍ଷାତ କରି ଦୃର୍ବୁତ ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭଦ୍ରକରେ ଗୋଚାଲାଣ,ଚୋରା ମଦ,ଚୋରା କୋଇଲା,ଧଳା ଜହର ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଶୂନ୍ୟ ସହିଷ୍ଣୁତା ନୀତି ଅନୁସରଣ କରିବା ପାଇଁ ଆଲୋଚନା କରିଛନ୍ତି।








