ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୮ଟା ୩୦ରେ ଧାମନଗର ପଂଚାୟତ ସମିତି ସଭାଗୃହ କାଯ୍ୟାଳୟ ଠାରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ( ଏସିଡିସି)ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡା,ଯୁବ ସେବା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୁରଜ୍, ଜିଲାପାଳ ଦିଲିପ ରାଉତରାୟ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏନଏସି ଅଧ୍ୟକ୍ଷ ନିବେଦିତା ଜେନା, ଉପ ନିର୍ଦ୍ଦେଶକ,ଡିପିଏମ୍ୟୁ ପ୍ରହ୍ଲାଦ ରଣା, ଧାମନଗର ଓ ତିହିଡି ଗୋଷ୍ଟି ଉନ୍ନୟନ ଅଧିକାରୀ , ଧାମନଗର ନିର୍ବାଚନ ମଣ୍ଡଲୀ ର ବିଭିନ୍ନ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଏହି ବୈଠକର ଅଧକ୍ଷତା କରିଥିଲେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ । ବୈଠକରେ ସାଧାରଣ ଜୀବନରେ ପ୍ରଭାବିତ କରୁଥିବା ବିଭିନ୍ନ ବିଭାଗର କାର୍ଯ୍ୟ କୁ ସମିକ୍ଷା ସହିତ ଶୈଳୀ ର ଉନ୍ନତି କିପରି ହୋଇପାରିବ। ଶିଳ୍ପ ଭିତିକ କୃଷି ,ମୁଖ୍ୟମନ୍ତ୍ରୀ କୃଷି ଉଦ୍ଦ୍ୟଗ ଯୋଜନା , ମହାବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷନ ଦେବା ,ପ୍ରତି ପଞ୍ଚାୟତରୁ ଅତି କମ୍ ରେ ଜଣେ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରିବା,ଆଖୁ ଚାଷର ଗୁରୁତ୍ୱ, ୨୬ଟି ସଘନ କୃଷି, ଭିନ୍ନକ୍ଷମ ବୃତି ବାନିଶ୍ରୀ, ଭିକ୍ଷା ବୃତିର ବିଲୋପ ଓ ସେମାନେ ସମସ୍ତ ସରକାରୀ ସୁବିଧା କିପରି ପାଇପାରିବେ।ପଶୁପାଳନ, ଉଦ୍ୟାନ କୃଷି, ଗୋ ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ,ଗୋଷ୍ଠୀ ଭିତିକ କୃଷି, ମୃତିକା ସଂରକ୍ଷଣ, ୯୮ଟି ଅଙ୍ଗନବାଡି ଗୃହ କିପରି ଶୀଘ୍ର ସମାପ୍ତି ହେବ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଅଗ୍ରଗତି। ମାଛ ଓ ଶୁଖୁଆର ବିକ୍ରି ନିମନ୍ତେ ବଜାର ସୃଷ୍ଟି କରିବା, ଗୋଶାଳା ଠାରେ ଆଯୋଲା ଚାଷ ବିଷୟରେ ପ୍ରଶିକ୍ଷଣ ଦେବା, ବାୟୋ ଗ୍ୟାସ ଉଦ୍ୟୋଗ ସୃଷ୍ଟି କରିବା, ଲେବର୍ କାର୍ଡର ଗୁରୁତ୍ୱ, ଭତା ଗୃହ ସେବା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, କୃଷି ,ଶିଳ୍ପ,ସିଲାଇ ଶିକ୍ଷା, ଶିଶୁ ବାଟିକା, ନିରନ୍ତର ବିଦ୍ୟୁତ ସେବା ଧାମନଗର ନିର୍ବାଚନ ମଣ୍ଡଳର ସମସ୍ତ ହିତାଧିକ।ରୀ ବିଭିନ୍ନ ସରକାରୀ ସୁବିଧା କିପରି ପାଇ ପାରିବେ, ଆଦି ବିଷୟ ର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରି ଶେଷରେ ଜିଲ୍ଲାପାଳ ଧନ୍ୟବାଦ ପ୍ରଦାନ କରିଥିଲେ।








