Home ଜିଲ୍ଲା ପରିକ୍ରମା ବୋଡ଼କରେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ୬୪ତମ ଜନ୍ମତିଥିରେ ୬୪ ଚାରା ରୋପଣ (ଫଟୋ ଅଛି)

ବୋଡ଼କରେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ୬୪ତମ ଜନ୍ମତିଥିରେ ୬୪ ଚାରା ରୋପଣ (ଫଟୋ ଅଛି)

10

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବୋଡ଼କ ପଂଚାୟତରେ ଗୁରୁବାର ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ୬୪ତମ ଜନ୍ମତିଥି ଓ ବିଶ୍ୱପରିବେଶରେ ଭାଜପା ନେତା ଓ କର୍ମୀ ମାନେ ୬୪ଟି ଚାରା ରୋପଣ କରିଛନ୍ତି। ପଂଚାୟତସ୍ଥିତ ମା ବନ୍ଧ ନାୟକାଣୀଙ୍କ ପଡ଼ିଆରେ ସେମାନେ ଏହି ଚାରା ରୋପଣ କରିଛନ୍ତି । ଏଥିସହିତ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାଜପା ନେତା କ୍ଷୀରସିନ୍ଧୁ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପଂଚାୟତ ସଭାପତି ପ୍ରଭାତ କୁମାର ଜେନା, ଜୟନ୍ତ ନାୟକ, ଅଭୟ ମଳିକ, ବଟକୃଷ୍ଣ ମହାଳିକ, ରାମଚନ୍ଦ୍ର ମହାଳିକ, ବିଦ୍ୟାଧର ମଳିକ, ନିରଞ୍ଜନ ମଳିକ, କରୁଣାକର ମଳିକ, ପ୍ରଦୀପ୍ତ ମହାଳିକ, ପ୍ରଶାନ୍ତ ଖୁଂଟିଆ, ଅନନ୍ତ ତ୍ରିପାଠୀ, ଉଦୟ ସେନାପତି, ତପନ ମଳିକ ପ୍ରମୁଖ ଭାଜପା ନେତା ଯୋଗଦେଇ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସାଙ୍ଗଠନିକ ଦକ୍ଷତା ଓ ତାଙ୍କର ଅଞ୍ଚଳ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ କ୍ଷ ଏଥିସହିତ ତିହିଡି଼ ବଜାରରେ ଥିବା ସ୍ୱର୍ଗତ ସେଠୀଙ୍କ ପ୍ରତିମୂର୍ତିରେ ଭାଜପା ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏମପିଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଂଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ମଣ୍ଡଳ ସଭାପତି କେଶବ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ବରିଷ୍ଠ ନେତା ରଘୁନାଥ ପାତ୍ର, ପ୍ରତାପ ଜେନା, ଅମୂଲ୍ୟ ସେନାପତି, ମନୋଜ ପାଣିଗ୍ରାହୀ ଦେବବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହିନେତା ଓ କର୍ମୀମାନେ ମଧ୍ୟ ଶଂଖୀଡା ରାସ୍ତାରେ ଚାରା ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.