Home ଜିଲ୍ଲା ପରିକ୍ରମା ପ୍ରଧାନ ଶିକ୍ଷକ ସରୋଜ ଓଝାଙ୍କ ପ୍ରଚେଷ୍ଟା ପାଇଁ ମନ୍ତ୍ରବାସୁଳି ସ୍କୁଲ ପାଇଲା ପ୍ରକୃତି ମିତ୍ର ପୁରସ୍କାର...

ପ୍ରଧାନ ଶିକ୍ଷକ ସରୋଜ ଓଝାଙ୍କ ପ୍ରଚେଷ୍ଟା ପାଇଁ ମନ୍ତ୍ରବାସୁଳି ସ୍କୁଲ ପାଇଲା ପ୍ରକୃତି ମିତ୍ର ପୁରସ୍କାର (ଫଟୋ ଅଛି)

77

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ସ୍ଥିତ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀବିଦ୍ୟାଳୟକୁ ୨୦୨୪-୨୫ ଶିକ୍ଷାବର୍ଷର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝାଙ୍କ ପ୍ରଚେଷ୍ଟା ଫଳରେ ସ୍କୁଲ ଏହି ଗୌରବ ଲାଭ କରିପାରିଛି।ଭୁବନେଶ୍ୱର ସ୍ଥିତ କୃଷିଶିକ୍ଷା ସଦନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରଷ୍କାର ବିତରଣ ଉତ୍ସବ ୨୦୨୫ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝା ମଞ୍ଚାସୀନ ଅତିଥିଙ୍କ ନିକଟରୁ ଏହି ପ୍ରକୃତି ମିତ୍ର ପୁରଷ୍କାର ଗ୍ରହଣ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ୱରଙ୍କ ଦ୍ୱାରା ପରିଚାଳିତ ଏହି ପୁରଷ୍କାର ପାଇଁ ଶ୍ରୀ ଓଝା ବିଦ୍ୟାଳୟ ସ୍ତରରେ ବର୍ଷବ୍ୟାପୀ ପରିବେଶ ସଚେତନତା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମମାନ କରାଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମାନ୍ୟବର ଗଣେଶ ରାମସିଂ ଖୁଂଟିଆ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ସତ୍ୟବ୍ରତ ସାହୁ ଉପସ୍ଥିତି ଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ଓଝା ଇତି ପୂର୍ବରୁ ବ୍ୟକ୍ତିଗତ ଭାବେ ବିଭିନ୍ନ ବିଦ୍ୟାଳୟରେ ପ୍ରତିବର୍ଷ ବନମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟ କରି ପ୍ରକୃତି ବନ୍ଧୁ ପୁରଷ୍କାର ପାଇ ପ୍ରଶଂସିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.