Home ଜିଲ୍ଲା ପରିକ୍ରମା ଗୋ ଚାଲାଣରୁ ରକ୍ତପାତ ମାମଲା, ଆଇସିୟୁରେ ସନ୍ତୋଷ, ୬ ଗିରଫ

ଗୋ ଚାଲାଣରୁ ରକ୍ତପାତ ମାମଲା, ଆଇସିୟୁରେ ସନ୍ତୋଷ, ୬ ଗିରଫ

9

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋ ଚାଲାଣରୁ ରକ୍ତପାତ ଘଟଣା ଘଟିଥିଲା ମେ ୩୦ ତାରିଖରେ। ମଧ୍ୟସ୍ଥି କରିବାକୁ ଯାଇ ସନ୍ତୋଷ ପରିଡ଼ା (୩୨) ଏବେ ରାଜଧାନୀର ଏକ ହସ୍ପିଟାଲର ଆଇସିୟୁରେ। ଗୋ ରକ୍ଷକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ତଳଗୋପବିନ୍ଧା ଏବଂ କୁବେରାର ବିଭିନ୍ନ ମନ୍ଦିରରେ ଦୀପ ଜାଳୁଛନ୍ତି। ଅନ୍ୟପକ୍ଷରେ ତିହିଡ଼ି ଥାନାଧିକାରୀ ଫେରାର ଥିବା ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଚତୁରତା ସହକାରେ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି। ପରିସ୍ଥିତି ଏଯାଏ ଉତେଜନାପୁର୍ଣ୍ଣ ରହିଛି। ଯେଉଁଥିପାଇଁ କଷଟି, ଦେଉଳା ଓ ଜୟପୁରଠାରେ ପୁଲିସ ଫୋର୍ସ ମୁତୟନ ହୋଇ ରହିଛନ୍ତି। କେତେକ ବ୍ୟକ୍ତି ତିହିଡ଼ି ବ୍ଳକରୁ କିଛି ଗୋରୁ ନେଇ ଗୁଜିଦରଡା ଆଡ଼କୁ ଯାଉଥିଲେ। ଏମାନଙ୍କୁ କଷଟିଠାରେ ଅଟକାଇ କାହିଁକି ଗୋ-ଚାଲାଣ କରୁଛ ବୋଲି ପ୍ରତିବାଦ କରିଥିଲେ କିଛି ଯୁବକ। ଏହି ଖବର ଗୁ ଜିଦରଡ଼ା ବସ୍ତିରେ ପହଂଚି ଯିବାରୁ ଶତାଧୂକ ସଂଖ୍ୟାଲଘୁ ମାରଣାସ୍ତ୍ର ଧରି କଷଟି ଆଡ଼କୁ ମୁହାଁଇଥିଲେ। ଏହାକୁ ଲକ୍ଷ୍ୟ କରି କଷଟି ଗ୍ରାମର ସନ୍ତୋଷ ପରିଡ଼ା ଏବଂ ଅନ୍ୟଜଣେ ଯୁବକ ମଧ୍ୟସ୍ଥି କରିବାକୁ ଆଗକୁ ଯାଇଥିଲେ ସେ ହି ଲୋକମାନଙ୍କୁ ଅଟକାଇ ବୁଝାସୁଝା କରିବାକୁ। ମଧ୍ୟସ୍ଥି କରିବାକୁ ଯାଇଥିବା ସନ୍ତୋଷକୁ କିଛି ନ ବୁଝି ସଂଖ୍ୟାଲଘୁ ମାନେ ନିର୍ଘାତ ପିଟିଥିଲେ। ଯେଉଁଥିରେ ସେ ଗୁରୁତର ହୋଇ ଏବେ ରାଜଧାନୀର ବେସରକାରୀ ଡାକ୍ତରଖାନାରେ। ସନ୍ତୋଷଙ୍କ ପତ୍ନୀ ମିନତୀ ବେହେରା ତିହିଡ଼ି ଥାନାରେ ଦେଇଥିବା ଏତଲା ବଳରେ କେସ୍‌ନଂ ୧୯୭/୨୫ କେସ୍ ନଂ ୧୯୮/୨୫ ବଳରେ ମକଦ୍ଦମା ମଧ୍ୟ ରୁଜୁ ହୋଇଛି।ଆଜି ଭଦ୍ରକ ଏସପି ମଡକର ସନ୍ଦିପ ସମ୍ପଦ ଘଟଣା ସ୍ଥଳରେ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁ ଥିଲେ। ଏଡିସିନାଲ ଏସପି ଅଂଶୁମାନ ଦ୍ୱିବେଦୀ ସହ ଏକ ଟିମ୍ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ୬ ଜଣ ଙ୍କୁ ଗିରଫ କରି ଥିବା ବେଳେ, ଆଉ ସମସ୍ତଙ୍କୁ କେବେ ଗିରଫ କରିବେ ସନ୍ତୋଷ ର ପତ୍ନୀ ମିନତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.