Home ଜିଲ୍ଲା ପରିକ୍ରମା ପାୟନିୟର-୭୬ ର ବନ୍ଧୁମିଳନ

ପାୟନିୟର-୭୬ ର ବନ୍ଧୁମିଳନ

6

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନଳାଙ୍ଗସ୍ଥିତ ବନ ପରିସରରେ ଭଦ୍ରକ ହାଇସ୍କୁଲ (ଜିଲାସ୍କୁଲ)ର ୧୯୭୬ ମ୍ୟାଟ୍ରିକ୍ ବ୍ୟାଚ୍ ଓ ଭଦ୍ରକ ମହାବିଦ୍ୟାଳୟର ୧୯୭୮ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀ ପରିଷଦ (ପାୟନିୟର-୭୬) ଆନୁକୂଲ୍ୟରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂସଦ ପରିଷଦର ମୁଖ୍ୟ ଉପଦେଷ୍ଟା ଇଂ ଉମାକାନ୍ତ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପରିଷଦର ସଭ୍ୟ/ସଭ୍ୟାମାନଙ୍କ ଦ୍ୱାରା ଭଦ୍ରକ ଉଚ୍ଚ ବିଦ୍ୟାଳୟର ଉନ୍ନତି ଓ ମ୍ୟାଟ୍ରିକ୍ ପରୀକ୍ଷାରେ କୃତି ବିଦ୍ୟାର୍ଥୀମାନଙ୍କୁ ସମ୍ମାନିତ କରିବା ପାଇଁ ଅନେକ ପ୍ରସ୍ତାବ ଗୃହିତ ହୋଇଥିଲା। ଏହି ଉତ୍ସବରେ ଭଦ୍ରକ ଜିଲା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ବଳ, ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ହରିହର ଜେନା, ଇଡ୍‌କୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଇଂ ପ୍ରତାପ ଦାସ, ଓଡ଼ିଶା ଖଣି ନିଗମର ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ ରମେଶ ଚନ୍ଦ୍ର ଦାଶ, ଓଡ଼ିଶା ଜଳସଂପଦ ବିଭାଗର ଇଂ ଦାମୋଦର ସାହୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀମୟ ଦାସ ଅଧିକାରୀ, ଦ୍ରବ୍ୟକର (ଜିଏସ୍‌ଟି) ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବିଜୟ ମଲ୍ଲିକ, ଭଦ୍ରକ ଜିଲା ପୂର୍ବତନ କ୍ରୀଡାଧିକାରୀ ପଦ୍ମନ ରାୟ, ବିଶିଷ୍ଟ ବ୍ୟବସାୟୀ ନରେଶ ଅଗ୍ରୱାଲ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ଜେନା, ବିଦ୍ୟୁତ୍‌ପ୍ରଭା ବେହେରା, ଉତ୍କଳ ହସ୍‌ପିଟାଲର କାର୍ଯ୍ୟରତ ହୃଦରୋଗ ବିଶେଷଜ୍ଞ ଡ. ସନ ସାହୁ ପ୍ରମୁଖ ବହୁ ପ୍ରତିଷ୍ଠିତ ବନ୍ଧୁ ଯୋଗଦେଇଥିଲେ। କାର୍ଯ୍ୟକାରୀ ସଂପାଦକ ବରିଷ୍ଠ ଆଇନ୍‌ଜୀବୀ ବିଜୟ କର ଏହି ଉତ୍ସବକୁ ପରିଚାଳନା କରିଥିଲେ। ଶେଷରେ ପରିଷଦର ସଭ୍ୟ ଭାସ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.