ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡିଆ ରେ ଯାତ୍ରା ସ୍ୱର୍ଣମହଲ ନିଜ ର ଅପେରା ସୋ କରିବା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଉକ୍ତ କମିଟି ପକ୍ଷରୁ ନବୀନ ନବୀନ ଗୀତ ଟି ଯାତ୍ରା କଳାକାର ଙ୍କ ପକ୍ଷରୁ ଷ୍ଟେଜ ସୋ ରେ ପରିବେଷଣ କରା ଯାଇଥିଲା। ଏହାକୁ ନେଇ ଦର୍ଶକ ମହଲରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ଯାତ୍ରା ସ୍ୱର୍ଣମହଲ ଷ୍ଟେଜ ନିକଟରେ ଚାନ୍ଦବାଲି ବିଧାୟକ ନିଜ ର ଦଳବଳ ନେଇ ଯାତ୍ରା କଳାକାର ଙ୍କ ଦ୍ୱାରା ହେଉଥିବା ମେଲୋଡି କାର୍ଯ୍ୟକ୍ରମ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିବ ପରେ ବିଜେପି ଧାମରାଇ ମଣ୍ଡଳ ପକ୍ଷରୁ ଟୁଲୁ ପ୍ରଧାନ, ଦେବେନ୍ଦ୍ର ନାୟକ, ପାପା ଜେନାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ଆସି ଧାମରା ସାମୁଦ୍ରିକ ଥାନା ରେ ଯାତ୍ରା ସ୍ୱର୍ଣମହଲ ନାମରେ ନବୀନ ନବୀନ ଗୀତ କାହିଁକି ପରିବେଷଣ କରାଗଲା ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ।ଧାମରା ସାମୁଦ୍ରିକ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ଜାନି ସମ୍ପୃକ୍ତ ଯାତ୍ରା ପାର୍ଟି ର ପରିଚାଳକ ଙ୍କୁ ଡାକି ଏହି ବିଷୟରେ ପଚାରିଥିଲେ, ସମ୍ପୃକ୍ତ ପରିଚାଳକ ନବୀନ ନବୀନ ଗୀତ ପରିବେଷଣ କରା ଯାଇଥିବାରୁ, ନିସର୍ତ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତ ରେ ବିଜେଡି ଦଳ ର ପ୍ରଚାର ପ୍ରସାର କରିବୁ ନାହିଁ, ଏବଂ ଏପରି ଭୁଲ କେବେ ହେବନାହିଁ ବୋଲି କହିବା ପରେ ସମସ୍ୟା ର ସମାଧାନ ହୋଇଥିଲା।
Home ଜିଲ୍ଲା ପରିକ୍ରମା ଧାମରାରେ ସ୍ୱର୍ଣ୍ଣମହଲ ଯାତ୍ରାରେ ‘ନବୀନ ନବୀନ’ ଗୀତକୁ ନେଇ ଥାନାରେ ଏତଲା, ନିସର୍ତ କ୍ଷମା ପ୍ରାଥନା...