Home ଜିଲ୍ଲା ପରିକ୍ରମା ବିନା କଟନୀ ଛଟନୀରେ ଚାଲିଛି ଧାନ କିଣା, ଗ୍ରାଉଣ୍ଡ ଜିରୋରେ ଜିଲ୍ଲାପାଳ

ବିନା କଟନୀ ଛଟନୀରେ ଚାଲିଛି ଧାନ କିଣା, ଗ୍ରାଉଣ୍ଡ ଜିରୋରେ ଜିଲ୍ଲାପାଳ

12

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଦରରେ ଧାନ କିଣା ନେଇ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଏଫ୍‌.ଏ.କ୍ୟୁ ମାନର ଧାନକୁ ବିନା କଟନୀ ଛଟନୀରେ କିଣାଯିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ପ୍ରସ୍ତୁତି ଓ ଉଦ୍ୟମ ଜାରି ରହିଛି। ଜିଳ୍ଲାପାଳ ଦିଲୀପ୍ ରାଉତରାଏ ହଠାତ୍ ଭଦ୍ରକ ବ୍ଲକ୍ ଆମ୍ବରୋଳି ସମବାୟ ସମିତି ଧାନ କ୍ରୟ କେନ୍ଦ୍ର ଓ ଗେଲଟୁଆର ଜୟ ମା ଦୁର୍ଗା ହସ୍ତଶିଳ୍ପୀ ଏସ୍‌.ଏଚ୍‌.ଜି. ର ଧାନକ୍ରୟ କେନ୍ଦ୍ର ପରିଦର୍ଶନ କରି ବିନା କଟନୀ ଛଟନୀ ରେ ବିକ୍ରୟ କରିଥିବା ଚାଷୀ ଓ କଟନୀ ଛଟନୀ ହେଉଥିବା ନେଇ ଅଭିଯୋଗ କରୁଥିବା ଚାଷୀଙ୍କ ସହ ବାର୍ତାଳାପ କରିଥିଲେ। ଜଳଙ୍ଗାର ଚାଷୀ ଉପେନ୍ଦ୍ର ପଣ୍ଡା ଓ ପିତାମ୍ବର ସାହୁଙ୍କୁ ପଚାରି ବୁଝିଥିଲେ। ଅପରିଷ୍କାର ଧାନ ମଣ୍ଡିରୁ ଫେରାଇ ନେଇ ଘରୁ ପରିଷ୍କାର କରି ଆଣି ବିନା କଟନୀ ଛଟନୀ ରେ ବିକିଥିବା ଚାଷୀମାନେ ଜିଲ୍ଲାପାଳଙ୍କ ଠାରେ ପ୍ରକାଶ କରିଥିଲେ। ଏପରିକି ବିନା କଟନୀ ଛଟନୀରେ ମଣ୍ଡିରେ ଧାନ ବିକ୍ରୟ କରିଥିବା ଜିଲ୍ଲାପାଳଙ୍କୁ କହିଥିବା ୩ ଜଣ ଚାଷୀ ପ୍ରକୃତରେ ସେମାନେ ଚାଷୀକି ନୁହନ୍ତି ଜିଲ୍ଲାପାଳ ସେମାନଙ୍କ ମୋବାଇଲ୍‌ରେ ଧାନ ବିକ୍ରୟ ପାଇଁ ଆସିଥିବା ମ୍ୟାସେଜକୁ ତନଖି କରିଥିଲେ। ୩ ଜଣ ଯାକ ଘରୁ ଧାନକୁ ସଫାକରି ଏଫ୍‌.ଏ.କ୍ୟୁମାନର ପ୍ରସ୍ତୁତ କରି ବିନା କଟନୀ ଛଟନୀରେ ବିକ୍ରୟ କରିଥିବା ଖୁସିର ସହିତ ପ୍ରକାଶ କରିଥିଲେ। କଟନୀ ଛଟନୀ ଚାଲୁଅଛି ବୋଲି ସେଠାରେ ଉପସ୍ଥିତ ଅନ୍ୟଚାଷୀ ପ୍ରକାଶ କରୁଥିବା ବେଳେ ଜିଲ୍ଲାପାଳ ସେମାନଙ୍କ ସହିତ କଥାବାର୍ତା କରି ଜାଣିବାକୁ ପାଇଲେ କି ସେମାନେ ଧାନ ବିକ୍ରିକରି ନାହାନ୍ତି। ୨୯ ଜାନୁୟାରୀରେ ସେମାନଙ୍କ ଠାରୁ ଧାନ କିଣାଯିବା ନେଇ ମୋବାଇଲରେ ମେସେଜରୁ ଜାଣିବାକୁ ମିଳିଥିଲା। କଟନୀ ଛଟନୀ ଚାଲୁଥିବା ସେମାନଙ୍କୁ କିଏ କହିଲା ବୋଲି ଜିଲ୍ଲାପାଳ ପଚାରିବାରୁ ସେମାନେ ଉତ୍ତର ଦେଇ ପାରିନଥିଲେ ଏହା ଉଡ଼ା କଥା ବୋଲି ପ୍ରମାଣିତ ହୋଇଥିଲା। ଜିଲ୍ଲାପାଳ ସେମାନଙ୍କୁ ବୁଝାଇଥିଲେ କଟନୀ ଛଟନୀ କଥା ସମ୍ପୂର୍ଣ୍ଣ ଗୁଜବ। ବିନା କଟନୀ ଛଟନୀରେ ଏଫ୍‌.ଏ.କ୍ୟୁ ମାନର ଧାନ ବିକି ସରକାରୀ ଦରର ପଇସା ପାଇଥିବା ଚାଷୀ ସେମାନଙ୍କ ଆଗରେ ପ୍ରକାଶ କରୁଥିବା ଜିଲ୍ଲାପାଳ ସେମାନଙ୍କୁ କହିଥିଲେ। ସୂଚନା ଯୋଗ୍ୟକି ଧାନ ଉଠାଇବାରେ ମନ୍ଥରତା, ଅଖା ଯୋଗାଉ ନଥିବା ଅଭିଯୋଗରେ ତିହିଡ଼ିର ଅଦିତ ରାଇସ୍ ମିଲ୍‌, ଭଦ୍ରକର ଜେ.ଏମ୍‌.ବି. ଏବଂ ୱା.ଜି.ପି. ରାଇସ୍ ମିଲ କୁ ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ମଣ୍ଡିରୁ ଧାନ ଉଠାଣରେ ସଂପୂର୍ଣ୍ଣ ସହଯୋଗ ରଖିଥିବା ଅରୁଣ ଟ୍ରେଡ଼ିଂ ରାଇସ୍ ମିଲ୍‌, ଚାନ୍ଦବାଲି, ଅଗ୍ରୱାଲା ବ୍ରଦର୍ସ ରାଇସମିଲ, ଭଦ୍ରକ ଏବଂ ଓମ୍‌ଶ୍ରୀ ରାଇସ୍ ମିଲ, ବନ୍ତକୁ ପ୍ରଶଂସା କରାଯାଇଛି। ପ୍ରକାଶ ଥାଉ କି ଧାନ କିଣାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବାହାରୁ ଖୁବ୍ ଶୀଘ୍ର୍ର ଟି ମିଲର୍‌ଙ୍କୁ ଅଣାଯିବା ପାଇଁ ଅନୁମୋଦନ ନିମନ୍ତେ ସରକାରଙ୍କ ନିକଟକୁ ପ୍ରସ୍ତାବ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.