Home ଜିଲ୍ଲା ପରିକ୍ରମା ବରାଳପୋଖରୀ ନବନିର୍ମିତ ବୁଦ୍ଧେଶ୍ୱର ଓ ହନୁମାନ ଜୀଉ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ

ବରାଳପୋଖରୀ ନବନିର୍ମିତ ବୁଦ୍ଧେଶ୍ୱର ଓ ହନୁମାନ ଜୀଉ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ

5

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଚରମ୍ପାସ୍ଥିତ ନବନିର୍ମିତ ଶ୍ରୀ ବୁଦ୍ଧେଶ୍ୱର ମନ୍ଦିର ଓ ଶ୍ରୀ ହନୁମାନ ଜୀଉ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ କୁଣ୍ଡ ମଣ୍ଡଳ ଓ ଅଂକୁରାରୋପଣ ଅଧିବାସ ଅନୁଷ୍ଠିତ ହୋଇଥିଲା। ଏବଂ ଦ୍ୱିତୀୟ ଦିବସରେ କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇ ସ୍ଥାନୀୟ ଅଂଚଳ ପରିକ୍ରମା କରିଥିଲେ। ଚରମ୍ପା ବରାଳପୋଖରୀସ୍ଥିତ ୱାର୍ଡ ନଂ ୨ ରେ ନବନିର୍ମିତ ଏହି ମନ୍ଦିରର ପ୍ରତିଷ୍ଠା ଦିବସର ପୂର୍ଣ୍ଣାହୁତିରେ ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସସ୍ତ୍ରୀକ ଯୋଗଦେଇ ପ୍ରଭୁ ମହାବୀରଙ୍କ ସହ ରାମଲାଲଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି ପୂର୍ବକ ବିଶ୍ୱର ମଙ୍ଗଳ କାମନା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଅପୂର୍ବ ଅଦ୍ଭୁତ ସଂଯୋଗରେ ଆଜକୁ ଠିକ୍ ଏକବର୍ଷ ପୂର୍ବେ ଅଯୋଧ୍ୟାର ପବିତ୍ର ଭୂମିରେ ପ୍ରଭୁ ରାମଲାଲାଙ୍କ ଭବ୍ୟ ମୂର୍ତି ଦିବ୍ୟ ମନ୍ଦିରରେ ପ୍ରତିଷ୍ଠା ହୋଇଥିଲା। ଆଜି ସେହି ସ୍ମରଣୀୟ ମୁହୂର୍ତରେ ସମଗ୍ର ଅଂଚଳ ତଥା ଭଦ୍ରକବାସୀ ଏକ ଭକ୍ତିମୟ ପରିବେଶରେ ଉତ୍ସାହର ସହିତ ବଜରଙ୍ଗ ବାଲୀଙ୍କୁ ପୂଜାର୍ଚ୍ଚନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.