Home ଜିଲ୍ଲା ପରିକ୍ରମା ଧୁଷୁରୀ ବଜାର ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଧୁଷୁରୀ ବଜାର ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

6

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧିନସ୍ତ ଶହ ଶହ ଏକର ସରକାରି ଗୋଚର ,ଅନାବାଦୀ ଜାଗା ଥିଲା ବେଳେ ଏବେ ଜମି ଦଲାଲ ମାନେ ଉକ୍ତ ଜାଗା କୁ ଅକ୍ତିଆର କରି ଜବର ଦଖଲ କରି ବିକ୍ରି ବଟା କରୁଛନ୍ତି।ଅନେକ ସରକାରୀ ରାସ୍ତା ବି ଜବର ଦଖଲ ରେ ରହିଛି। କିଛିଦିନ ତଳେ ଧାମନଗର ଓ ଦୋବଲ ରେ ତହସିଲ ପକ୍ଷରୁ ଉଚ୍ଛେଦ କରା ଯାଇଛି।ସେହି ପରି ଧୁଶୁରୀ ବଜାର ଉଭୟ ପାଖ ବେଆଇନି ଭାବେ ଜବର ଦଖଲ ବଡ଼ି ଚାଲିଚି ଫଳରେ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଧାମ କୁ ଦୈନିକ ଶହ ଶହ ଭକ୍ତ ଯିବାବେଳେ ଘୋର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏ ନେଇ ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ମାତ୍ର ଜବର ଦଖଲ ବଡ଼ି ଚାଲିଚି।ସେହିପରି। ଧୁଷୁରୀ – ହସନାବାଦ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଧୁଷୁରୀ ବଜାରରୁ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଓ ସ୍ଥିତିବାନ ଜମି ଅଧିଗ୍ରହଣ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି।ଏଥିପାଇଁ ମଙ୍ଗଳବାର ଧାମନଗର ତହସିଲଦାର ଦୀପକ ଦାସ ଏବଂ ଅତିରିକ୍ତ ତହସିଲଦାର ସାଇ ସିଲନା ଙ୍କ ଉପସ୍ଥିତରେ ରାଜସ୍ୱ ଅଧିକାରୀ ଓ ସହ କର୍ମୀ ମାନେ ଜମି ମାପଚୁପ କରି ସରକାରୀ ଓ ସ୍ଥିତିବାନ ଜମି ଚିହ୍ନଟ କରିଛନ୍ତି। ଏହି ମାପ ତିନିଦିନ ଧରି ହେବାକୁ ଥିବାବେଳେ ପ୍ରଥମ ଦିନରେ ହରିହଂସ ଛକ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ପ୍ରତିମୂର୍ତି ପର୍ଯ୍ୟନ୍ତ ମାପ ହୋଇ ଉଭୟ କିସମ ଜମି ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି।ଏହି ଖବର ଶୁଣିବା ପରେ ଧୁଷୁରୀ ବଜାରରେ ପ୍ରାୟ ୮୦ ପ୍ରତିଶତ ଦୋକାନୀ ଦୀର୍ଘ ବର୍ଷ ଧରି ସରକାରୀ ଜାଗା ଜବର ଦଖଲରେ ରଖି ବେପାର କରୁଥିବା ବ୍ୟବସାୟୀ ମାନଙ୍କ ମନରେ ଆତଙ୍କ ଖେଳି ଯାଇଛି। ତିନି ଦିନ ମାପ ପରେ ସରକାରୀ ସ୍ତରରେ ଆଲୋଚନା କରାଯାଇ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.