Home ଜିଲ୍ଲା ପରିକ୍ରମା ସିକ୍ୟୁରିଟି ସଂସ୍ଥା ମାଲିକଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବହିଷ୍କୃତ ଯୁବତୀ, ପ୍ରତିପକ୍ଷଙ୍କ ବିରୁଦ୍ଧରେ...

ସିକ୍ୟୁରିଟି ସଂସ୍ଥା ମାଲିକଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବହିଷ୍କୃତ ଯୁବତୀ, ପ୍ରତିପକ୍ଷଙ୍କ ବିରୁଦ୍ଧରେ କାଉଂଟର କେଶ୍ କଲେ ସଂସ୍ଥା ମାଲିକ

3

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପୂର୍ବକ ଅନ୍ୟ କର୍ମଚାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ସହ ଗଣ୍ଡଗୋଳ ସୃଷ୍ଟି କରିବା ଅଭିଯୋଗ ନେଇ ଭଦ୍ରକ ମେଡିକାଲର ସୁରକ୍ଷା ଦାୟିତ୍ୱରେ ଥିବା ଭବାନୀ ସିକ୍ୟୁରିଟି ଏଜେନ୍ସିର ସୁପର ଭାଇଜର ଭାବେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ପରେ ସେ ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ସହରାଂଚଳ ଥାନାରେ ଦେଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଖଡିମାହାରା ଗ୍ରାମନିବାସୀ ନୀଳମଣି ମଲ୍ଲିକଙ୍କ କନ୍ୟା ଅମିତା ସହରାଂଚଳ ଥାନାରେ ଦେଇଥିବା ଅଭିଯୋଗ ମୂଳେ ସେ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ୱ ହେବ ଉକ୍ତ ସଂସ୍ଥାର ହେଡ୍ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ବି ତାଙ୍କୁ ଦରମା ଟଙ୍କା ଦେଉନାହାଁଁନ୍ତି ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର ଦାସ । ଚାକିରୀ ବାବଦରେ ସେ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେବା ସହ ୬ ମାସର କାର୍ଯ୍ୟ କରିଥିଲେ ମଧ୍ୟ ଦରମା ଟଙ୍କା ଦେଉନାହାଁନ୍ତି। ଏପରିକି ଶ୍ରୀ ଦାସ ତାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ ସହ ବିଭିନ୍ନ ସମୟରେ ଶାରୀରିକ ସଂପର୍କ ରଖିବାର ଇଙ୍ଗିତ କରିଆସୁଥିଲେ। ଏହି ଘଟଣାର ସେ ପ୍ରତିବାଦ କରିବାରୁ ସେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହିତ ତାଙ୍କର ବକେୟା ଦରମା ପ୍ରଦାନ କରୁନାହାଁନ୍ତି। ତେଣୁ ଏ ସଂପର୍କରେ ସେ ବାଧ୍ୟହୋଇ ତାଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହିତ ତାଙ୍କୁ ନ୍ୟାୟ ନମିଳିଲେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦାସ ସହରାଂଚଳ ଥାନାରେ ପ୍ରତିପକ୍ଷଙ୍କ ବିରୁଦ୍ଧରେ ଦେଇଥିବା ଅଭିଯୋଗ ତଥା ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ଯୁବତୀ ଜଣକ ଅତ୍ୟନ୍ତ ଦୁଷ୍ଟା, ଖଳ ପ୍ରକୃତିର ଥାଇ ସଦାସର୍ବଦା ଅନ୍ୟ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଆସୁଥିଲା। ମାର୍ଚ୍ଚ ୨୦୨୪ ରେ ସେ ଏହି ସଂସ୍ଥାରେ ଯୋଗ ଦେଇଥିଲେ ମଧ୍ୟ କାର୍ଯ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ସେ ୨୦୨୪ ସେପ୍ଟେମ୍ବରରେ ତାଙ୍କୁ ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ପୂର୍ବକ ବହିଷ୍କାର କରାଯାଇଥିଲା। ବହିଷ୍କାର ପରେ ସେ ତାଙ୍କୁ ଦେଖିନେବାର ଚେତାବନୀ ଦେଇ ଜାନାକାରୀ କେଶ୍ କରି ତାଙକ୍ ଜୀବନକୁ ବର୍ବାଦ କରିଦେବ ବୋଲି ଧମକ ଦେଇଥିଲେ। ଯାହା ସଂସ୍ଥା ଓ ତାଙ୍କର ସମ୍ମାନ ହାନିର କାରଣ ହୋଇଅଛି। ଏତଦ୍‌ଭିନ୍ନ ଏହି ସଂସ୍ଥାରେ ସ୍ନେହପ୍ରଭା ଦଳେଇ ନାମକ ଜଣେ କର୍ମଚାରୀ ଡ୍ୟୁଟି ସମୟରେ ଶୋଇଥିବା ଯୋଗୁଁ ତାଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି। ଏଣୁ ଆଗାମୀ ଦିନରେ ଭଦ୍ରକ ମେଡିକାଲ ପାଇଁ ନୂତନ ଟେଣ୍ଡର ହେବାକୁ ଥିବାରୁ କେତେକ ପ୍ରତିଦ୍ୱନ୍ଦ୍ୱୀ ଦୀର୍ଘ ୨୫ ବର୍ଷ ଧରି ସୂଚାରୁ ରୂପେ କାର୍ଯ୍ୟ କରିଆସୁଥିବା ଏହି ସଂସ୍ଥାକୁ ବଦନାମ କରିବାର ଷଡଯନ୍ତ୍ର ଓ ବିତାଡିତ କର୍ମଚାରୀମାନଙ୍କ ମିଥ୍ୟା, ଅପବାଦ ଓ ବିଶୃଙ୍ଖଳିତ ଆଚରଣର ସଠିକ୍ ନ୍ୟାୟ ପାଇଁ ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀ ଦାସ ଥାନାରେ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.