ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତରତ୍ନ ଡଃ ବି.ଆର. ଆମ୍ବେଦକରଙ୍କ ଜୟନ୍ତୀକୁ ଭଦ୍ରକ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁ, ମୁଖ୍ୟ ଅତିଥି, ଡି.ଏସ୍.ପି.ଡ଼ି.ଆଇ.ବି. ପ୍ରଭାତ କୁମାର ବିଶ୍ୱାଳ ମୁଖ୍ୟବକ୍ତା ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଅତିଥିମାନେ ସମ୍ବିଧାନ ପ୍ରଣେତା, ଅସାଧାରଣ ଆଦର୍ଶ ବ୍ୟକ୍ତିତ୍ୱ, ସମ୍ପନ୍ନ ରାଷ୍ଟ୍ରଭକ୍ତ ଆମ୍ବେଦକର କିପରି ନିଜର ସମଗ୍ର ସଂଘର୍ଷମୟ ଜୀବନକୁ ରାଷ୍ଟ୍ର ପାଇଁ ଆହୂତି ଦେଇଥିଲେ ସେ ସମ୍ବନ୍ଧରେ ଆଲୋକପାତ କରିବା ସହ ତାଙ୍କ ଅମର କୃତିର ସ୍ମୃତି ଚାରଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଜିଲ୍ଲାସ୍କୁଲ ଏବଂ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଛାତ୍ରଛାତ୍୍ରୀମାନେ ଯୋଗ ଦେଇଥିଲେ ।







