Home ଜିଲ୍ଲା ପରିକ୍ରମା ପୁରୀ ‘ଜଗା ଚାକର ସଂଘ’ ପକ୍ଷରୁ ଭଦ୍ରକରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର

ପୁରୀ ‘ଜଗା ଚାକର ସଂଘ’ ପକ୍ଷରୁ ଭଦ୍ରକରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର

55

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁରୀସ୍ଥିତ ‘ଜଗା ଚାକର ସଂଘ’ ପକ୍ଷରୁ ସପ୍ତସୁତ୍ରୀ ଲକ୍ଷ୍ୟ ମୂଳେ ଭଦ୍ରକର ରାଜଘାଟଛକ ନିକଟରେ ପୁରୀଠାରୁ ଦୂର ଦୂରାନ୍ତରେ ବସବାସ କରୁଥିବା ଆଶାୟୀ ଭକ୍ତ ପିପାସୁ ଏବଂ ବିଭୁପ୍ରେମୀ ଜନଗଣଙ୍କୁ ଶ୍ରୀଜଗନ୍ନାଥଙ୍କର ଦେବଦୁର୍ଲଭ ନିର୍ମାଲ୍ୟ, ଜଗତର ଚିର ଶାଶ୍ୱତ ଗଂଗାଜଳ ସହ ଟଙ୍କତୋରାଣି ବଣ୍ଟନ କରାଯାଇଛି । ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯାତାୟତ କରୁଥିବା ପଥଚାରୀମାନଙ୍କୁ ଶ୍ରୀଜଗନ୍ନାଥଙ୍କ ମହିମା ଓ ସଂସ୍କୃତିର ପୁନଃ ଉତ୍ଥାନ ଦିଗରେ ସଚେତନ କରାଇଛନ୍ତି । ଆଜି ଅଯୋଧ୍ୟାରେ ରାମଲାଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଅବସରରେ ପ୍ରାତଃରୁ ଦିନ ତମାମ୍ ଜଗା ଚାକର ସଂଘର କର୍ମକର୍ତ୍ତାମାନେ ସେମାନଙ୍କର ଉପରୋକ୍ତ କାର୍ଯ୍ୟକ୍ରମ ବେଶ୍ ଶାନ୍ତିଶୃଙ୍ଖଳାର ସହ ଜାରି ରଖିଥିଲେ । ସଂଘର ସପ୍ତସୂତ୍ରୀ ଲକ୍ଷ୍ୟ ମୂଳେ କୋଟି ଓଡ଼ିଆଙ୍କ ଆରାଧ୍ୟ ଓ ଜଗତର ସ୍ୱାମୀ ଶ୍ରୀଜଗନ୍ନାଥ ଓ ଏହି ପବିତ୍ର ସଂସ୍କୃତିର ପ୍ରଚାର ପ୍ରସାର ସହ ଘୋଷଯାତ୍ରା ସମୟରେ ପରିବହନ ସେବା, ବହିରାଗତ ଭକ୍ତ ଓ ସାଧୁସନ୍ଥମାନଙ୍କୁ ଶାରୀରିକ, ମାନସିକ ଓ ମାନବଚିତ୍ତ ସେବା ପ୍ରଦାନ, ବିଭିନ୍ନ ସ୍ଥାନରେ ଲୁପ୍ତପ୍ରାୟ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଓ ପୁନଃ ସଂସ୍ଥାପନ, ସଂସ୍କୃତି ଭିତ୍ତିକ ସାତ୍ତ୍ୱିକ ପରିଧାନ ଓ ସଂପୂର୍ଣ୍ଣ ଶୁଦ୍ଧ ଶାକାହାର ଭୋଜନ ଗ୍ରହଣର ପ୍ରଚାର ପ୍ରସାର, ସାଧୁସନ୍ଥଙ୍କ ସାନିଧ୍ୟ ମାଧ୍ୟମରେ ଧ୍ୟାନ ଓ ଧାରଣାର ପ୍ରଭାବ ଓ ଗୁରୁତ୍ୱ ବିସ୍ତାରଣ, ଶ୍ରୀକ୍ଷେତ୍ର ପୁରୀଠାରୁ ଦୂର ଦୂରାନ୍ତରେ ବସବାସ କରୁଥିବା ବିଭୁ ପ୍ରେମୀଙ୍କ ନିକଟରେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ସହ ଶ୍ରୀମଦ୍ ଭଗବତ ଗୀତାର ପ୍ରଚାର ପ୍ରସାର, ବୃଦ୍ଧାଶ୍ରମରେ ଅନ୍ୟତ୍ର ବସବାସ କରୁଥିବା ବେସାହାରା ବୃଦ୍ଧ ପିତା-ମାତା ଓ ଅସହାୟଙ୍କ ମନରେ ଆଶାର କିରଣ ସାଜି ସେମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନର ସୁଯୋଗ ପ୍ରଦାନ, ଗୋମାତାର ସୁରକ୍ଷା ଓ ପୂଜନ, ଅସହାୟ ମଣିଷର ଶେଷ ଶବଯାତ୍ରାରେ ଯୋଗଦାନ ସହ ସ୍ୱର୍ଗଦ୍ୱାରରେ ବିଦାୟ ଜ୍ଞାପନ, ରକ୍ତଦାନ ଶିବିର ଆୟୋଜନ କରି ସାମଜରେ ସୁରକ୍ଷା ବଳୟ ସ୍ଥାପନ ସହ ସର୍ବପରି ସ୍କୁଲ, କଲେଜ ଓ ଗ୍ରାମମାନଙ୍କରେ ନିରାଶ୍ରୟ ତଥା ଆର୍ଥିକ ଅନାଟନଗ୍ରସ୍ତ ବାଳକ ବାଳିକାଙ୍କୁ ସର୍ବନିମ୍ନ ଶିକ୍ଷା ଯୋଗାଇଦେଇ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସତ୍ୟ ସନାତନ ଧର୍ମ, ଜଗନ୍ନାଥ ଚେତନା ଓ ସଂସ୍କୃତିର ବ୍ୟାପକ ସଂପ୍ରସାରଣର କରାଯିବାର ଉଦ୍ୟମ ଜାରି ରହିଛି ବୋଲି ମନୋଜ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.