Home ଜିଲ୍ଲା ପରିକ୍ରମା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

12

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପ୍ରଭୁ ଶ୍ରୀରାମଙ୍କ ନୂତନ ବିଗ୍ରହକୁ ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ହେଉଥିବା ନୂତନ ମନ୍ଦିରର ଗର୍ଭ ଗୃହରେ ବିରାଜିତ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହି ପ୍ରାଣ ପ୍ରତିଷ୍ଠାର ଶୁଭ ଅବସରରେ ଭଦ୍ରକର ସାଂସ୍କୃତିକ ଆଧ୍ୟାତ୍ମିକ ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଅନ୍ତର୍ଗତ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସ୍ଥାନୀୟ ଗାନ୍ଧିପଡ଼ିଆରେ ଶ୍ରୀରାମ ଯଜ୍ଞ, ସଂକୀର୍ତ୍ତନ, ସନ୍ଧ୍ୟାରେ ୫୦୮ ଦୀପ ପ୍ରଜ୍ୱଳନ, ସାମୁହିକ ହନୁମାନ ଚାଳିଶା ପାଠ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏତତ୍ ବ୍ୟତୀତ ଏଲଇଡି ମାଧ୍ୟମରେ ଅଯୋଧ୍ୟାରୁ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ କରାଯାଇଥିଲା । ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଉପସଭାପତି ତ୍ରିଲୋଚନ ନାୟକ, ଅନ୍ୟତମ ଉପସଭାପତି ଜଗନ୍ନାଥ ଦାଶ ଓ ବିଶ୍ୱନାଥ ଅଗ୍ରୱାଲ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୂପାନନ୍ଦ ମହାପାତ୍ର, ତୁଷାରକାନ୍ତ ଦାସ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ବରିଷ୍ଠ ସଦସ୍ୟ ସନାତନ ସାହୁ, ବିଜୟ ଭୂଷଣ ନାୟକ, ସମିତିର ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପଣ୍ଡିତ ବିରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡ଼. ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ପ୍ରଦୀପ୍ତ ବିଶ୍ୱାଳ, ବଦ୍ରୀ ନାରାୟଣ ଧଳ, ତପନ ମହାନ୍ତି, ହେମନ୍ତ ପାଢ଼ୀ, ଶ୍ରୀହର୍ଷ ସ୍ୱାଇଁ, ଡ଼. ଦେବରାଜ ପାତ୍ର, ମଦନ ମୋହନ ମହନ୍ତ, ଭାଗବତ ମହାଲ୍ଲିକ, ସୁବାସ ମିଶ୍ର, ହୃଷିକେଶ ନାଥ, ବୃନ୍ଦାବନ ଜେନା, ସନ୍ତୋଷ ସାହୁ, ଦେବାଂଶୁ ରାଉତ, ଜ୍ଞାନେନ୍ଦ୍ର ବଳ, ଜ୍ୟୋତି ପ୍ରକାଶ ସାହୁ, ମାନସ ବାରିକ, ପ୍ରଶାନ୍ତ ମଲ୍ଲିକ, ଓଁକାର ମହାନ୍ତି ପ୍ରମୁଖଙ୍କ ସମେତ ଶ୍ରୀରାମ ମହାଯଜ୍ଞ ସମିତିର ମହିଳା କାର୍ଯ୍ୟକର୍ତ୍ତା ରଞ୍ଜିତା ସ୍ୱାଇଁ, ଗୀତାଞ୍ଜଳି ପଢ଼ିଆରୀ, ବାସନ୍ତୀ ମହାପାତ୍ର, ମାଳତୀ ଲତା ସାହୁ, ମମତମୟୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସହରର ଶହଶହ ଶ୍ରୀରାମ ଭକ୍ତ ଯଜ୍ଞ କାର୍ଯ୍ୟ ଏବଂ ଦୀପଦାନରେ ସାମିଲ ହୋଇଥିବାରୁ ଶ୍ରୀରାମ ମହାଯଜ୍ଞ ସମିତବି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.