Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ ସ୍ତରୀୟ ମିଶନ୍ ଶକ୍ତି ଋଣ ମେଳା, ୨୪କୋଟି ୩ଲକ୍ଷ ୭୮ହଜାର ଋଣ ମଞ୍ଜୁର

ବନ୍ତ ବ୍ଲକ ସ୍ତରୀୟ ମିଶନ୍ ଶକ୍ତି ଋଣ ମେଳା, ୨୪କୋଟି ୩ଲକ୍ଷ ୭୮ହଜାର ଋଣ ମଞ୍ଜୁର

33

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମିଶନ୍ ଶକ୍ତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ୍‌ବିକେ, ସିଆର୍‌ପି, ବ୍ୟାଙ୍କ ମିତ୍ର, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ପରିଚାଳକ ମାନେ ଯୋଗ ଦେଇଥିଲେ । ବ୍ଲକ ଜୀବିକା ସଂଯୋଜୀକା ରଶ୍ମୀତା ପଣ୍ଡାଙ୍କ ମଞ୍ଚ ପରିଚାଳନାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ରାଜ୍ୟ ସରକାର ମହିଳା ମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ମା ମାନେ ଋଣ ନେଇ ତାର ସଦ୍‌ବିନିଯୋଗ କରିବା ସହ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିଲେ ଆମେ ଉନ୍ନତ ରାଜ୍ୟର ମାନ୍ୟତା ପାଇବା । ଏହି ବ୍ଲକରେ ଓଡ଼ିଶା ଜୀବିକା ମିଶନ୍‌ର ଅଧିକାରୀ ମାନଙ୍କ ପରିଶ୍ରମ ପାଇଁ ଆମେ ସଫଳତା ଲାଭ କରିଥିବା ବେଳେ ଆଗକୁ ଏହି ଧାରା ବଜାଇ ରଖି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ସାଧିତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ବେଳେ ସମାଜ ପରିବର୍ତ୍ତନରେ ମହିଳା ମାନେ ସହାୟକ ହୁଅନ୍ତୁ ବୋଲି କହିଥିଲେ ।

ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ଭଦ୍ରକ ଲିଡ୍‌ବ୍ୟାଙ୍କ ପରିଚାଳକ ନାଗେଶ୍ୱର ରାଓ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଞ୍ଜୟ କୁମାର ବାରିକ, ବ୍ଲକ ପ୍ରକଳ୍ପ ସଂଯୋଜକ ଦୁର୍ଗା ପ୍ରସାଦ ଦାସ, ସିଡିପିଓ ରିତା ମାଝି ପ୍ରମୁଖ ମଞ୍ଚାସୀନ ହୋଇ ଏହି ବ୍ଲକରେ ଥିବା ୨୨ଶହ ୮୪ ସ୍ୱୟଂ ସହାୟକ ଗୋଷ୍ଠୀ ଭଲ କାମ କରୁଥିବା କହିଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ ଋଣ ଉପରେ ଅବଗତ କରାଇ ଋଣ ନେଇ ସଠିକ୍ ସମୟରେ ପରିଶୋଦ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମା ପଞ୍ଚିମା, ମା ତାରିଣୀ, ମା ଚଣ୍ଡି ଓ ସନ୍‌ସାଇନ୍‌, ମା ଗାୟତ୍ରୀ, ଉତ୍କଳ ନାରୀ ସେବାର ୫ଶହ ୪୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୪କୋଟି ୩ଲକ୍ଷ ୭୮ହଜାର ଟଙ୍କାର ଋଣ ମଞ୍ଜୁର ଏବଂ ବ୍ୟାଙ୍କମିତ୍ର ମିନତୀ ମହାରଣା, ମନୋରମା ସାହୁ, ମାମା ଦାସ, ଝୁନୁଲତା ମହାନ୍ତିଙ୍କ ସମେତ ୧୩ଜଣ ବ୍ୟଙ୍କମିତ୍ରଙ୍କୁ ଲାପ୍‌ଟପ୍ ପାଇଁ ଜଣକା ୫୦ହଜାର ଟଙ୍କା କରି ୧୩ଲକ୍ଷ ୫୦ହଜାର ଟଙ୍କା ପ୍ରୋତ୍ସାହନ ରାଶୀ ପ୍ରଦାନ କରାଯାଇଥିଲା । ଶେଷରେ ବ୍ଲକ ସ୍ତରୀୟ ମହିଳା ମହାସଂଘର ସମ୍ପାଦିକା ସୁଦିପ୍ତି ସିଂ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିବା ବେଳେ ଏମ୍‌ବିକେ କମଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିଏଲ୍‌ସି ସଞ୍ଜୁଲତା ନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଛି । ଏଥିରେ ଶତାଧିକ ମହିଳା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.