ଭଦ୍ରକ, ୧୧ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ସ୍ଥିତ ଚରସ ହାଇସ୍କୁଲ ପରିସରରେ ଓଷ୍ଟା ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେଧା ଅନ୍ୱେଷଣ ଲିଖିତ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବ୍ଲକ ଓଷ୍ଟା ସଭାପତି ସମରେନ୍ଦ୍ର ନାଥ ମିଶ୍ର ଉଦ୍ଘାଟନ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ବ୍ଲକ ଓଷ୍ଟା ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ଯୋଗ ଦେଇ ପରୀକ୍ଷାର ସୁପରିଚାଳନାରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତି, ବିଷ୍ଣୁ ଚରଣ ନାୟକ, ଧର୍ମାନନ୍ଦ ସେଠୀ, ଭକ୍ତବନ୍ଧୁ ପତି, ପ୍ରଦୀପ କୁମାର ବାରିକ, ତାପସ କୁମାର ବେହେରା, କୃତ୍ତିବାସ ଜେନା, ଅଶୋକ ସାମଲ, ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ସୁବାସ ଚନ୍ଦ୍ର ଦାସ, ନିତ୍ୟାନନ୍ଦ ମଲିକ, ଅସୀମ କୁମାର ସାହୁ, ଜ୍ୟୋତିର୍ମୟୀ ଦାସ, ମାନସ ରଂଜନ ଦାସ, ପ୍ରଭାତ କୁମାର ଜେନାଙ୍କ ସମେତ ବ୍ଲକ ଓଷ୍ଟାର କର୍ମକର୍ତ୍ତା, ଚରସ ହାଇସ୍କୁଲ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଯୋଗ ଦେଇ ପରୀକ୍ଷାଟିକୁ ସଫଳ କରଇଥିଲେ । ଏହି ପରୀକ୍ଷାରେ ବ୍ଲକର ବିଭିନ୍ନ ହାଇସ୍କୁଲର ୯୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।








