ଭଦ୍ରକ, ୧୧ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମନ୍ନିତ ଯୁବ ବିକାଶ ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ସମାଜସେବୀ ତ୍ୟାଗଭୂମି ମହୋତ୍ସବର ସଭାପତି ସୁସାହିତ୍ୟିକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ ଛାତ୍ର ମାନଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଲେ ଯେ ସମନ୍ୱିତ ଯୁବ ଶକ୍ତି ହିଁ ଅତ୍ୟାଧୁନିକ ଭାରତ ନିର୍ମାଣର ପ୍ରାଣକେନ୍ଦ୍ର । ବିଶେଷତଃ ଏକ ସଂସ୍କୃତି ସଂପନ୍ନ ରାଷ୍ଟ୍ରରେ ସୁଶୃଙ୍ଖଳିତ ଓ କର୍ମତତ୍ପର ହୋଇଥାଏ । ଏଥିନିମିତ୍ତ ସଂସ୍କୃତ ଭାଷାର ଅନୁଶୀଳନ ଅତୀବ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟବକ୍ତା ପୂର୍ବତନ ଅଧ୍ୟକ୍ଷ ଡଃ କୃପାସିନ୍ଧୁ ନାୟକ ଉକ୍ତ ଗାରିମାମୟ ଶିକ୍ଷାନୁଷ୍ଠାନରେ ଯଶଗାନ କରିବା ସହିତ ଛାତ୍ର-ଛାତ୍ରୀମାନେ ଅଧ୍ୟୟନ କରିବା ସଂଗେ ସଂଗେ ବାହ୍ୟିକ ବିକାଶ ପ୍ରତି ଯନ୍ନବାନ ହେବା ବିଧେୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଡ. ପ୍ରମୋଦ କୁମାର ନାୟକ, କାଉନ୍ସିଲର ସେକ୍ ଜୁଲୁଫ ଫିକଳ ଅଲ୍ଲି୍, ଶ୍ରୀମତୀ ରାଜଲକ୍ଷ୍ମୀ ମହାପାତ୍ର ଓ ବସୁମିତ୍ରା ସାହୁ ଯୁବଶକ୍ତିର ବିକାଶରେ ଛାତ୍ର-ଛାତ୍ରୀମାନେ ସାମିଲ ହେବା ନିମିତ୍ତ ଉପସେଶ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପିକା ମଞ୍ଜୁଲତା ମହାପାତ୍ର, କର୍ମଚାରୀ ରଘୁନାଥ ନାୟକ, ସୁବାଷ ଚନ୍ଦ୍ର ମିଶ୍ର ଓ ଗୌରାଙ୍ଗ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପେରେ ସଭାସାଙ୍ଗ କରାଯାଇଥିଲା ।







