Home ଜିଲ୍ଲା ପରିକ୍ରମା ଛାୟା ଓ ମାୟାର ସଂସାର ରଞ୍ଜମଞ୍ଚ, ଭଦ୍ରକ ପୁସ୍ତକମେଳାର ଅଷ୍ଟମ ସନ୍ଧ୍ୟା

ଛାୟା ଓ ମାୟାର ସଂସାର ରଞ୍ଜମଞ୍ଚ, ଭଦ୍ରକ ପୁସ୍ତକମେଳାର ଅଷ୍ଟମ ସନ୍ଧ୍ୟା

18

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଚଳଚ୍ଚିତ୍ର ଏ ଦୁଇ ବିଭବ ମଧ୍ୟରେ ବିଦ୍ୟମାନ ଏକ ଅପାଶୋରା ସମନ୍ୱୟ । ଦୁଇଜଣ ମିଶି ଯାଆନ୍ତି ଏକ ଭିନ୍ନ ଦୁନିଆରେ । ସେ ଦୁନିଆ ଛାୟା ଓ ମାୟାର ଦୁନିଆ । ଏହି ଛାୟା ଓ ମାୟାର ଦୁନିଆରେ ପ୍ରତିଭାତ ଅନେକ ତାରକା, ଅନେକ ସ୍ୱପ୍ନ ଓ ସ୍ୱପ୍ନ ଭଙ୍ଗ ବୋଲି ସନସାଇନ ମିଶନ ସ୍କୁଲ ନିକଟସ୍ଥ ମନମୋହନ ସଂଗୀତ ପରିଷଦ ପଡିଆରେ ଅନୁଷ୍ଠିତ ଭଦ୍ରକ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । “ଛାୟା ଓ ମାୟା” ଶୀର୍ଷକ ଆଲୋଚନା ଚକ୍ରରେ ନାଟ୍ୟକାର ବିଜୟ କୁମାର ଦାସ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ସୂର୍ଯ୍ୟଦେଓ ଛାୟା ଓ ମାୟାର ଏହି ସଂସାରର ରଙ୍ଗମଂଚରେ ଆମେ ପ୍ରତ୍ୟେକ ଜଣେ ଜଣେ ଅଭିନେତା । ଭିନ୍ନ ଭିନ୍ନ ଚରିତ୍ରରେ ଆମର ଅବତାରଣା । କେବଳ ଚଳଚ୍ଚିତ୍ର ଜଗତ ନୁହେଁ, ବାସ୍ତବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହା ପ୍ରତିଫଳିତ । ଚଳଚ୍ଚିତ୍ର, କଳା ଏବଂ ବୈଷୟିକ ଜ୍ଞାନର ମିଳିତ ଉଦ୍ୟମର ଏକ ସୃଜନଶୀଳ ମାଧ୍ୟମ ହୋଇଥିବାରୁ ଏହା ମନୋରଞ୍ଜନ ଓ ଶିକ୍ଷା ନିମନ୍ତେ ଅତ୍ୟନ୍ତ ପ୍ରଭାବଶାଳୀ । ବରେଣ୍ୟ ଅତିଥି ଭାବେ ଅଖିଳ ଚନ୍ଦ୍ର ପାଢୀ ଯୋଗଦେଇ ପୁସ୍ତକ ମେଳାର ପ୍ରୟୋଜନୀୟତା ଉପରେ ଆଲୋକପାତ କରିଥିଲେ । ପୁସ୍ତକମେଳା କମିଟି ସଦସ୍ୟ ଅଧ୍ୟାପକ ଦତ୍ତତ୍ରେୟ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକ ରୂପକ ବିହାରୀ ରାୟ ପ୍ରସଙ୍ଗ ଅବତାରଣା କରିଥିଲେ । ଅନ୍ୟତମ ସଦସ୍ୟ ରାମ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସାଇ ନୃତ୍ୟକଳା ଏକାଡେମୀ ନୃତ୍ୟାନୁଷ୍ଠାନର ନିର୍ଦ୍ଦେଶିକା ପୁଷ୍ପମିତ୍ରା ବେହେରା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରମାକାନ୍ତ ନାୟକ, ମନୋରଂଜନ ଦାସ, ଗଦାଧର ବଳ, ରାଜକିଶୋର ସାହୁ, କିଶୋର କୁମାର ପାଣିଗ୍ରାହୀ, ସଂଗ୍ରାମ ସେନାପତି, ମନୋରଞ୍ଜନ ନାୟକ, ଅରୂପାନନ୍ଦ ନାୟକ, ସମୀରକାନ୍ତ ଦାସ, ଲକ୍ଷ୍ମୀକାନ୍ତ ବାରିକ, ଦୁଃଶାସନ ମହାନ୍ତି, ତ୍ରୈଲୋକ୍ୟ ରାୟ, ବସନ୍ତ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.