Home ଜିଲ୍ଲା ପରିକ୍ରମା ପଲ୍ଲି କଲେଜରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ, ଭଦ୍ରକରେ ଅନେକ ନିଯୁକ୍ତି ସୁଯୋଗ ରହିଛି- ସଞ୍ଜିବ ମଲ୍ଲିକ

ପଲ୍ଲି କଲେଜରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ, ଭଦ୍ରକରେ ଅନେକ ନିଯୁକ୍ତି ସୁଯୋଗ ରହିଛି- ସଞ୍ଜିବ ମଲ୍ଲିକ

32

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତେନ୍ତୁଲିଗଢିଆ ସ୍ଥିତ ପଲ୍ଲିଟେକ୍‌ନିକ୍‌ରେ ଆଜି ନୁଆ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରିଡ଼ା, ନୃତ୍ୟ, ସଂଗୀତ ଏବଂ ବାଲ୍ୟ ବିବାହ ଉପରେ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ମଧ୍ୟାହ୍ନରେ ଆୟୋଜିତ ସଭାକୁ କଲେଜର ଅଧ୍ୟକ୍ଷ ଶରତ କୁମାର ରାଉତ ସଭାପତିତ୍ତ୍ୱ କରିଥିଲେ । ଏଥିରେ ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୁଆ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରାଯାଇ ପାରିବ । ଛାତ୍ର ଛାତ୍ରୀ ମାନେ ଉଚିତ୍ ମାର୍ଗରେ ଯାଇ ସୁନ୍ଦର ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କ, ଧାମରା ବନ୍ଦର, ବେଦାନ୍ତ ଫେକର୍‌ରେ ଏଠାରୁୁୁୁୁୁୁୁୁୁୁୁୁୁୁୁୁୁୁ ଅଧ୍ୟୟନରତ ଛାତ୍ର ଛାତ୍ରୀ ଭବିଷ୍ୟତରେ ନିଯୁକ୍ତି ପାଇପାରିବେ । ଏଥିସହ କ୍ରିଡ଼ାର ଉନ୍ନତି ପାଇଁ ନେହେରୁ ଷ୍ଟାଡିୟମ୍ କୁ ନୂତନ ଭାବେ ନିର୍ମାଣ କରାଯାଉଥିବା ବେଳେ କ୍ରିଡ଼ା ପ୍ରତି ଯୁବ ପିଢିଙ୍କ ରୁଚି ବଢିବ । ସଭାରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଓଲଙ୍ଗ ସରପଞ୍ଚ ଅକ୍ଷୟ ମହାନ୍ତି, ୱାର୍ଡ଼ ସଭ୍ୟ ସକୁନ୍ତଳା ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ନୁଆ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପ୍ରଣୟନ କରି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସ୍ତରରେ ଉତ୍ସାହିତ କରୁଛନ୍ତି । କାର୍ଯ୍ୟକ୍ରମରେ ଅଧିକ ରୁ ଅଧିକ ସଂଖ୍ୟାରେ ଭାଗ ନେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ର ରଞ୍ଜିତ ଦ୍ୱିବେଦି ଅତିଥି ପରିଚୟ, ଅଧ୍ୟାପକ ସାନ୍ତନୁ କୁମାର ଦତ୍ତ ସ୍ୱାଗତ ଭାଷଣ ଓ ଶେଷରେ ଅଧ୍ୟାପକ ଲକ୍ଷ୍ମୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଶ୍ୱନୀ କୁମାର ସାହୁ, ପ୍ରଫୁଲ୍ଲ କୁମାର ମୁଣ୍ଡା, ବିରେନ୍ଦ୍ର ମେହେର୍‌, ମାନସ ମହାଳିକ, ତପନ କୁମାର ଦାସ, ସୁଶାନ୍ତ କୁମାର ନାୟକ, ବିକାଶ ମୁର୍ମୁ, ରଶ୍ମୀରେଖା ପଟେଲ୍ ଓ କର୍ମଚାରୀ ତୃପ୍ତି ରଞ୍ଜନ ମିଶ୍ର, ରଶ୍ମୀ ରଞ୍ଜନ ବେହେରା, ଶ୍ରୀନାଲ୍ ଶେଖର ସ୍ୱାଇଁ, ଅଜିତ ପଲାଇ, ଶନ୍ତ ରଞ୍ଜନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.