Home ଜିଲ୍ଲା ପରିକ୍ରମା “ଲିଙ୍ଗ ଗତ ବୈଶମ୍ୟାତା ପାଇଁ ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ପଡୁଥିବା ଏହାର ମାନସିକ...

“ଲିଙ୍ଗ ଗତ ବୈଶମ୍ୟାତା ପାଇଁ ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ପଡୁଥିବା ଏହାର ମାନସିକ ଚାପ’ ଶୀର୍ଷକ ଆଲୋଚନା ଚକ୍ର

87

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ କନ୍ୟାମାନଙ୍କ ପାଇଁ ଆଇନରେ ପର୍ଯ୍ୟପ୍ତ ପରିମାଣରେ ବ୍ୟବସ୍ଥା ରହି ମଧ୍ୟ ସେମାନେ ଲିଙ୍ଗଗତ ବୈଶମ୍ୟାତାର ଶିକାର ହୁଅନ୍ତି । ଏହାର ପ୍ରଭାବ କେବଳ ଶାରିରିକ ନୁହଁ, ମାନସିକ, ପାରିବାରିକ ତଥା ସାମାଜିକ ଭାବେ ପଡିଥାଏ. ଯାହାର ପାରିଣାମ ସ୍ୱରୂପ ସେ ମାନସିକ, ଶାରୀରିକ ଭାବରେ ନିର୍ଯ୍ୟାତନାର ଶିକାର ହୁଅନ୍ତି ବୋଲି ଆଲୋଚନା ଚକ୍ରରେ ଯୋଗ ଦେଇ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି. ଓଡିଶା ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ, ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସୋସାଇଟ ଫର ଉଇକର କମ୍ୟୁନିଟି ମିଳିତ ଆନୁକୂଲ୍ୟରେ ଆଜି ଭଦ୍ରକ ପୁରୁଣା ବଜାର ‘ନାରାୟଣ ଚନ୍ଦ୍ର ହାଇସ୍କୁଲ’ ପରିସରରେ ଏକ ସଚେତନତା ଶିବିର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି. ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୧୦ ତାରିଖ ଯାଏ ୧୬ ଦିନ ଧରି ‘ମହିଳା ହିଂସା ବିରୋଧି ଅଭିଯାନ’ ସଚେତନତା ଅଭିଯାନର ଆଜି ଥିଲା ନବମ ଦିନ । ଆଲୋଚ୍ୟ ବିଷୟ ଥିଲା “ଲିଙ୍ଗଗତ ବୈଶାମ୍ୟତା, ମହିଳା ଓ ଶିଶୁ କନ୍ୟାମାନଙ୍କ ଉପରେ ପଡୁଥିବା ଏହାର ମାନସିକ ଚାପ’ । ଆସିଆନାର ସଂଯୋଜକ ରିୟାଜ ଅହମ୍ମଦ ମଞ୍ଚ ଆହ୍ୱାନ ଓ ଅତିଥି ପାରିଚୟ ଦେଇଥିବା ବେଳେ ଅତିଥି ଭାବରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ବିଭାଗ ଚିକିତ୍ସକ ଡାକ୍ତର କରୁଣାକର ରାଉତ, ଜିଲ୍ଲା ଖାଉଟି ଆଦାଲତର ଅଧ୍ୟକ୍ଷ ଶିବପ୍ରସାଦ ମାହାନ୍ତି, ଅଧିବକ୍ତା ଗଦାଧର ବଳ, ସମାଜସେବୀ ତଥା “ଆସିୟାନା”ର ସମ୍ପାଦିକ ସୋଫିଆ ଶେଖ ଅତିଥି ଭାବରେ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ. ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ମୌସୁମୀ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସମ୍ବିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ.ଏହି ସଚେତନତା ଶିବିରରେ ଓଡିଶାର ଏକମାତ୍ର ସଂଖ୍ୟାଲଘୁ ମହିଳା ବିଦ୍ୟାଳୟ “କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ”ର ଶତାଧିକ ଅନ୍ତେବାସୀ ଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.