Home ଜିଲ୍ଲା ପରିକ୍ରମା ଉପଯୋଗୀ ଶିକ୍ଷା ଓ ଦକ୍ଷତା ହିଁ ଦିବ୍ୟାଙ୍ଗଙ୍କୁ ସକ୍ଷମ କରାଇପାରିବ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ...

ଉପଯୋଗୀ ଶିକ୍ଷା ଓ ଦକ୍ଷତା ହିଁ ଦିବ୍ୟାଙ୍ଗଙ୍କୁ ସକ୍ଷମ କରାଇପାରିବ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

27

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ପିଲାମାନଙ୍କ ପରି ଦିବ୍ୟାଙ୍ଗ ପିଲାମାନେ ବି ଦେଶର ଭବିଷ୍ୟତ । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବା ଦିଗରେ ଆମେ ସମସ୍ତ ମିଳିମିଶି କାମ କରିବା ଆବଶ୍ୟକ । ସମସ୍ତ ଦିବ୍ୟାଙ୍ଗ ମାନଙ୍କର ଜୀବନକୁ ସହଜ ଓ ପ୍ରଭାବୀ କରିବା ପାଇଁ ଆମକୁ ଆହୁରି ଆଗକୁ ଯିବାର ଅଛି । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଜିଲ୍ଲା, ରାଜ୍ୟ, ଜାତୀୟ କି ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରୁଥିବା ଦବ୍ୟିାଙ୍ଗମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅକୁଣ୍ଠ ସମର୍ଥନ ରହିଛି । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ନେଇ ପ୍ରତ୍ୟେକ ଦିବ୍ୟାଙ୍ଗ ନିଜକୁ ସ୍ୱାବଲମ୍ବୀ କରନ୍ତୁ । ଆଜିର ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ହୋଇ ଆଗକୁ ବଢ଼ନ୍ତୁ । ଭଦ୍ରକ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନିଜର ବକ୍ତବ୍ୟ ପ୍ରସଙ୍ଗରେ ଏହା ପ୍ରକାଶ କରିଥିଲେ ।

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଜିଲ୍ଲା ସମଗ୍ର ଶିକ୍ଷା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ସଂଯୋଜନା କରି ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ସେମାନଙ୍କ ପାଇଁ ଥିବା ଭତ୍ତା, ବିଭିନ୍ନ ଉପକରଣ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ସୂଚନା ପ୍ରଦାନ କରିଥିେଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରେମଶ ଚନ୍ଦ୍ର ନାୟକ, ଶିଶୁ ବିଶେଷଜ୍ଞ ଡ଼ା ସନ୍ତୋଷ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦବ୍ୟିାଙ୍ଗମାନେ ଆତ୍ମନିର୍ଭରଶୀଳ ଓ ସଶକ୍ତ ହେବା ଦିଗରେ ଉତ୍ସାହପ୍ରଦ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଗୌତମ ମହାରଣା ମଞ୍ଚ ପରିଚାଳନା କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଓ ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ ଜଳଧର ମଣ୍ଡଳ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କାର୍ଯ୍ୟ ପରିଚାଳନା କରିଥିଲେ । ଜଣେ ଦିବ୍ୟାଙ୍ଗ ଓ ଜଣେ ସ୍ୱାଭାବିକ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ବିବାହ ପାଇଁ ଉଦ୍ଦିଷ୍ଟ ୨ଲକ୍ଷ ୫୦ ହଜାର ଲେଖାଏଁ ଟଙ୍କାର ପ୍ରୋତ୍ସାହନ ରାଶି ୩ହଳ ଦମ୍ପତିଙ୍କୁ ଜିଲ୍ଲାପାଳ ଚେକ୍ ଆକାରରେ ପ୍ରଦାନ କରିଥିଲେ । ଭଦ୍ରକ ବ୍ଲକ୍ ତରଫରୁ ୨ଟି ହ୍ୱିଲ୍ ଚେୟାର ୧ଟି ତିନିଚକିଆ ସାଇକେଲ, ସି.ଆର.ଏସ୍‌.ଆର୍‌, ତରଫରୁ ୨ଟି କୃତ୍ରିମ ଅବୟବ, ୪ଟି ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିଥିବା ହ୍ୱିଲ୍‌ଚେୟାର ଫେନସିଂ ଖେଳାଳୀ ମଧୁସ୍ମିତା ସାହୁ, ସ୍ୱର୍ଣ୍ଣ ପଦକ ବିଜେତା ଆର୍ନ୍ତଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଖେଳାଳୀ ଝିଲ୍ଲୀ ବିରୁଆ, ଫ୍ଲୋର ବଲ୍ ଚାମ୍ପିୟନସିପ୍‌ରେ ଜାତୀୟ ପୁରସ୍କାର ପାଇଥିବା ଅଜୟ ସିଂଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ମ୍ୟୁଜିକ୍ ଚେୟାର, ଆଳୁ ଦୌଡ଼, ପ୍ରବନ୍ଧ, ବକ୍ତୃତା, ଡ଼୍ରମ୍ ବାଦନ ଓ ବିଭିନ୍ନ କ୍ରୀଡ଼ାରେ ଆୟୋଜିତ ପ୍ରତିଯୋଗିତାର ୧୦୦ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଦିବସ ପାଳନ ଉପଲକ୍ଷେ ସକାଳେ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଟାଉନ୍ ହଲ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାକୁ ଉପଜିଲ୍ଲାପାଳ ମନୋଜ ପାତ୍ର ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ଏଥିରେ ମୂକ, ବଧିର, ଦୃଷ୍ଟିବାଧିତ ହେଲେନ୍ କେଲେର ବିଦ୍ୟାଳୟ ଲାଙ୍ଗୁଡ଼ି, ଦୃଷ୍ଟି ବାଧିତ ବିଦ୍ୟାଳୟ ଆର୍‌.ଏନ୍‌.ବେତଡ଼ା, ମାନସିକ ଅନଗ୍ରସର ବିଦ୍ୟାଳୟ ସାଇସ୍ୱରୂପା, ଗେଲପୁର, ଗୋପାଳପୁର , ବନ୍ତର ମୂକ ବଧିର ବିଦ୍ୟାଳୟ ରଙ୍କନିଧି, ମାନସିକ ଅନଗ୍ରସର ବିଦ୍ୟାଳୟ ଚରମ୍ପାର ସି.ଆର.ଏସ୍‌.ଆର୍‌, ପ୍ରମୁଖ ୫ଟି ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର,ଛାତ୍ରୀ ଶିକ୍ଷାକର୍ମୀମାନେ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ୫ଟି ସ୍କୁଲକୁ କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟକି ସରକାରୀ ବିଦ୍ୟାଳୟରେ ସମୁଦାୟ ୪,୬୧୬ଜଣ ଏବଂ ସେବରକାରୀ ୫ ବିଦ୍ୟାଳୟରେ ସମୁଦାୟ ୩୧୭ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଅଛନ୍ତି । ସାଇନୃତ୍ୟ ଆକାଡ଼େମୀର ସାଂସ୍କୃତିକ ଦଳ ଓ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ କରାଯାଇଥିଲା । ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଭଦ୍ରକର ଯଶୋଦା ସାହୁ, ବନ୍ତର ପ୍ରକାଶ ସାହୁ, ବାସୁଦେବପୁରର ଅଭରାଞ୍ଜିତା ପୁହାଣ ଏବଂ ବିଭାଗୀୟ କର୍ମଚାରୀ ବିଦୁ ଶଙ୍କର ନାୟକ, ଓମ ଶକ୍ତି ଦାସ, ଚିତ ରଞ୍ଜନ ସିଂ, ଜ୍ଞାନଞ୍ଜୟ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟାଜନ ଓ ପରିଚାଳନାରେ ଆନୁସାଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.