Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

25

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୋଜନା କାର୍ଯ୍ୟକ୍ରମରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି । ପ୍ରାତଃ ୭.୩୦ ମିନିଟ୍‌ରେ ମହାବିଦ୍ୟାଳୟ କ୍ରୀଡାଙ୍ଗନାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଭଦ୍ରକ ମହାବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ସହଯୋଗୀ ପ୍ରଫେସର ଡ. ଦୁର୍ଗାପ୍ରସାଦ ଦାସ, ୧୦ନଂ କାଉନ୍‌ସିଲର ପ୍ରତିନିଧି ପଙ୍କଜ ବଳ, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ , ଅଜିତ୍ କୁମାର ଦାସ, ଜିଲା ନୋଡାଲ ଅଫିସର ଡ. କମଳାକାନ୍ତ ଜେନା, କୋଅଡିନେଟର ମୃତ୍ୟୁଞ୍ଜୟ ଦାସ, ତପନ କୁମାର ମଲ୍ଲିକ ଓ ପି.ଇଟି ସୁଶ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଠାରୁ କ୍ରୀଡା ମଶାଲ ଗ୍ରହଣ ପୂର୍ବକ ପତାକା ଉତ୍ତୋଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୦୦ ମିଟିରରୁ ଆରମ୍ଭ କରି ୫୦୦୦ ମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା, ଲମ୍ବଡିଆ, ଉଚ୍ଚଡିଆଁ, ଜାଭେଲିନ୍ ଥ୍ରୋ, ସଟଫୁଟ୍‌, ଡିସକସ୍‌, ରିଲେ ରେସ୍‌, କ୍ୟାରମ୍‌, ଚେସ୍‌, ବ୍ୟାଡମିଣ୍ଟନ, କ୍ରିକେଟ୍ ଭଳି ବହୁ ଖେଳରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ପାରଦର୍ଶିତା ଦେଖାଇବେ । ବିଭିନ୍ନ ଖେଳରେ ବିଜୟୀ ଲାଭ କରୁଥିବା ଛାତ୍ରଛାତ୍ରୀମାନେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ । ତେବେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିବାବେଳେ କାର୍ଯ୍ୟକ୍ରମର ଧାରା ବିବରଣୀ ଡ. ସନ୍ତୋଷ କୁମାର ସେଠୀ ଦେଇଛନ୍ତି । ଡ. ସଂଜୟ କୁମାର ଦତ୍ତ, ସସ୍ମିତା ଧଳ, ଡ. ପଦ୍ମନାଭ ପତ୍ରୀ, ସୁଦର୍ଶନ ଦାଶ, ଡ. ସ୍ମୃତିରେଖା ମିଶ୍ର, ଡ. ଅଶୋକ ଦାଶ, ସୁଶାନ୍ତ କୁମାର ମଲ୍ଲିକ, ଡ. କେ. ବେଗମ୍‌, ଡ. ମନୋରମା ନାୟକ, ଡ. ସସ୍ମିତା ଶତପଥୀ ଏବଂ ଲୋପାମୁଦ୍ରା ପଟ୍ଟନାୟକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.