Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟ ସେବାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ, ଭଦ୍ରକ ଜିଲ୍ଲାକୁ...

ସ୍ୱାସ୍ଥ୍ୟ ସେବାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ, ଭଦ୍ରକ ଜିଲ୍ଲାକୁ ୨୦ କୋଟି ୩୨ଲକ୍ଷ ଟଙ୍କାର ଅନୁଦାନ

18

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଆଧାରରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତି ଭୂମିର ଉନ୍ନତି କରଣ ନିମନ୍ତେ ଏକ ହଜାର କୋଟି ଟଙ୍କା ବ୍ୟୟରେ ୩୭୨ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୪୦ କୋଟି ଟଙ୍କା ବ୍ୟୟରେ ୧୦୩ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିବା ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟର ଓସ୍‌ୱାନ ହଲରେ ପର୍ଯ୍ୟବେକ୍ଷଣ ନିମନ୍ତେ ଆଭାସି ଜରିଆରେ ରାଜ୍ୟ କାର୍ଯ୍ୟକ୍ରମ ସହ ଯୋଡ଼ା ଯାଇଥିଲା । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍‌, ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସଂପୃକ୍ତ ବିଭାଗର ଅଧିକାରୀ, ସଂପୃକ୍ତ ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି କରଣ ନେଇ ଆଗରପଡ଼ାରେ ନୂଆ ସି.ଏଚ୍‌.ସି. ନିର୍ମାଣ ପାଇଁ ୧୦ କୋଟି ୬୮ଲକ୍ଷ, ଚାନ୍ଦବାଲି ସି.ଏଚ୍‌.ସି.ରେ ୪ର୍ଥ ଓ ୫ମ ମହଲା ନିର୍ମାଣ ପାଇଁ ୪ କୋଟି ୭୭ ଲକ୍ଷ ଭଣ୍ଡାରିପୋଖରୀ ସି.ଏଚ୍‌.ସି.ର ୪ର୍ଥ ଓ ୫ମ ମହଲା ନିର୍ମାଣ ପାଇଁ ୪ କୋଟି ୮୭ ଲକ୍ଷ ଟଙ୍କାର ଅନୁମୋଦନ କରାଯାଇଛି । ଆଗରପଡ଼ା ସି.ଏଚ୍‌.ସି. ର ନିର୍ମାଣ କାର୍ଯ୍ୟ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍ ଦ୍ୱାରା ପରିଚାଳନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରେ ରହୁଥିବା ପରିବାର ପାଇଁ ବି.ଏସ୍‌.କେ .ୱାଇ. ଟୋଲ ପ୍ରିଂ ନମ୍ବର ୧୮୦୦୧୨୦୧୨୦୧୦୪ର ଶୁଭାରମ୍ଭ କରାଗଲା । ପ୍ରକାଶଥାଉକି ରାଜ୍ୟ ଭିତରେ ବି.ଏସ୍‌.କେ.ୱାଇ. ହିତାଧିକାରୀମାନେ ୧୦୪ ନମ୍ବର ବ୍ୟବହାର କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.