Home ଜିଲ୍ଲା ପରିକ୍ରମା ୨ୟ ଦିନରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମ

୨ୟ ଦିନରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମ

39

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବିଶାଳ ଅଭିଯାନରେ ଭଦ୍ରକ ସହର ପରିକ୍ରମା ହୋଇଛି । ଓଡ଼ିଶା ସରକାରଙ୍କ ଏହି ଅଭିଯାନ ମୁଖ୍ୟତଃ ଝିଅପିଲାମାନଙ୍କୁ ଶିକ୍ଷିତ କରିବା ଉପରେ ପର୍ଯ୍ୟବେଶିତ ଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ । ପରିଶେଷରେ କେନ୍ଦ୍ରୀୟ ଛାତ୍ରାବାସର ସମ୍ମୁଖ ଭାଗରେ ଥିବା ଅଳିଆ ଆବର୍ଜନାକୁ ଛାତ୍ରଛାତ୍ରୀମାନେ ସଫା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ, ସଂଯୋଜକ ଡ. ପଦ୍ମନାଭ ପତ୍ରୀ, ଅଧ୍ୟାପକ ଡ. ସୁଦର୍ଶନ ଦାସ, ଡ. ନାରାୟଣ ବେହେରା, ଡ. ସନ୍ତୋଷ ନନ୍ଦ ଏବଂ ଡ. ଅଭିଜିତ୍ ବିଶ୍ୱାଳ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ । ଏଭଳି ଲୋକହିତକର କାର୍ଯ୍ୟକ୍ରମକୁ ସହରର ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.