Home ଜିଲ୍ଲା ପରିକ୍ରମା ବୋଇତ ବନ୍ଦାଣ ଉତ୍ସବ ସାହସିକତାର ପ୍ରତୀକ

ବୋଇତ ବନ୍ଦାଣ ଉତ୍ସବ ସାହସିକତାର ପ୍ରତୀକ

24

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳୀୟ ପରମ୍ପରାରେ ଡଙ୍ଗା ଭସା ପର୍ବ ବୋଇତ ବନ୍ଦାଣ ଆସିଲେ ଓଡ଼ିଆ ପୁଅର ସାହଶିକତାର କଥା ମନେ ପଡ଼େ । ପୂର୍ବ ଐତିହର ସେହି ପୂରୁଣା ସ୍ମୃତିକୁ ଆଜି ଦିନରେ ମନେ ପକାଇ ଆମେ ଏହି ଉତ୍ସବକୁ ମହାଆଡମ୍ବର ସହ ପାଳନ କରୁଛେ । ବନ୍ତ ବ୍ଲକ୍‌ର ଓଲଡାଙ୍ଗ, ବାଲିଆ ଓ ପନ୍ଦାଡୋ ୩ଗୋଟି ଗାଁର ମିଳିତ ସହଯୋଗରେ ଏହି ବୋଇତ ବନ୍ଦାଣ ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରି ସ୍ୱର୍ଣିମ ଇତିହାସ ବହନ କରି ଆସୁଥିବାରୁ କ୍ଲବ୍‌ର ଉଦ୍ୟମକୁ ସାଧୁବାଦ୍ ଜଣାଇଛନ୍ତି ବିଶିଷ୍ଟ ନାଟ୍ୟକାର ତଥା ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ନାୟକ । ସଭାରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବି ମାଧବା ନନ୍ଦ ଦାସ, ସମ୍ମାନିତ ଅତିଥି ଭାବେ ପୁରୁଷଣ୍ଢର ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା ଉପାନ୍ତବର୍ତ୍ତୀ ଗ୍ରାମରେ ୩ଦିନ ଧରି ଏହି ଉତ୍ସବ ପାଳନ କରି ଗ୍ରାମର ଲୋକ ମାନଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ସାଧାରଣ ସମ୍ପାଦକ ଅମୁଲ୍ୟ ରତ୍ନ ନନ୍ଦ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ଧିବର ସାମଲ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । କ୍ଲବ୍ ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ସଂଯୋଜନାରେ କ୍ଲବ୍ ସଭାପତି ବିକାଶ ସାହୁ ସଭା ପରିଚାଳନା କରିଥିଲେ । କ୍ଲବର ସହ-ସମ୍ପାଦକ ନିତ୍ୟାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭୁବନେଶ୍ୱରର “ଉତ୍କଳ” ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟୁ ସଂଗୀତ ଭିର୍ତ୍ତୀକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ଉପ-ସଭାପତି ସତ୍ୟବ୍ରତ ଜେନା, ସମ୍ପାଦକ ନିହାର ରଞ୍ଜନ ସାହୁ, ସାଇସ୍ୱରୁପ ଦାସ, ପ୍ରିୟବ୍ରତ ପଣ୍ଡା, ପଙ୍କଜ କୁମାର ପ୍ରଧାନ, ମହେଶ୍ୱର ବାରିକ, ସୁଧାଂଶୁ ଭୂୟାଁ, ଦେବାଶିଷ ସାହୁ, ଆଶିଷ ଦାସ, ରଞ୍ଜନ ଜେନା, ତାପସ ବାରିକ, ଟିକି ଜେନା, ଅମୋର୍ଜ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.