Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

81

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ସହ ଜେଜେବାପା ଏବଂ ଜେଜେ ମା ମାନଙ୍କୁ ନେଇ ମଧ୍ୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ସମାଜସେବୀ ନରହରି ମଲିକ ଏବଂ ଶିଷାନୁଷ୍ଠାନର ପ୍ରଧାନ ଗୁରୁମା କୁହେଳିକା ପାତ୍ର ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଆଜିର ଏହି ଅନୁଷ୍ଠିତ ସଭାରେ ନରହରି ମଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦୋସିଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନିତା ଦାସ ମୁଖ୍ୟ ବକ୍ତା ଭାବେ ବାସୁଦେବପୁର ସଂକୁଳ ସଂଯୋଜକ ରବିନ୍ଦ୍ର କୁମାର ବାରିକ, ସମ୍ମାନୀତ ଅତିଥି ଭାବେ ମୃତ୍ୟୂଞୟ ନାୟକ ଯୋଗ ଦେଇଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା କୁହେଳିକା ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଜି ର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ଶିଶୁ ମାନଙ୍କୁ ଗଢି ତୋଳିବାକୁ ହେଲେ କେବଳ ମା ମାନଙ୍କର ଗୁରତ୍ୱ ଥିବା ସହ ଘରେ ଜେଜେ ବାପା ଜେଜେ ମା ମାନେ ମଧ୍ୟ ଶିଶୂକୁ ଗଢି ତୋଳିବା ପାଇଁ ଯତ୍ନବାନ ହେବା ଜରୁରୀ ବୋଲି ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ । ଚାନ୍ଦବାଲି ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମୃତ୍ୟୁଞୟ ନାୟକଙ୍କ ଦ୍ୱାରା ବୌଦ୍ଧିକ ଗଣିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂପାଦନା କରାଯାଇଥିଲା । ଶେଷରେ ସରସ୍ୱତୀ ଶିଶୁ ମନ୍ଦିର କଇଥଖୋଲାର ସଂପାଦକ ଅଶୋକ କୁମାର ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଅନୁଷ୍ଠିତ ହୋଇଥିବା ସଭାରେ ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଏବଂ ଗୁରୁମା ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.