Home ଜିଲ୍ଲା ପରିକ୍ରମା ଭାଗବତ ପ୍ରବଚନ ଉଦ୍‌ଯାପିତ

ଭାଗବତ ପ୍ରବଚନ ଉଦ୍‌ଯାପିତ

30

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ, ଶ୍ରୀଲୋକନାଥ ମନ୍ଦିର, ଭଦ୍ରକ ଆନୁକୁଲ୍ୟରେ ଅନୁଷ୍ଠିତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ୨୧ ତାରିଖରୁ ଆରମ୍ଭ ହୋଇ ଗତକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ଅନୁଷ୍ଠାନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ପ୍ରବାଚକ ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ତାଙ୍କର ପବଚନ ମାଧ୍ୟମରେ ଶ୍ରୋତାମଣ୍ଡଳୀଙ୍କୁ ବିମୋହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଯାପନ ଅବସରରେ ଅତିଥି ଭାବେ ପରିଷଦର ସଭାପତି ହରମୋହନ କୁଅଁର, ସମ୍ପାଦକ ରାମନାରାୟଣ ପାଣିଗ୍ରାହୀ ମଞ୍ଚାସୀନ ହୋଇଥିଲେ । ବହୁ ସଂଖ୍ୟକ ଶ୍ରୋତାଙ୍କ ହରିବୋଲ ଉଚ୍ଚାରଣ, ହୁଳହୁଳି ଏବଂ କରତାଳିରେ ଆଧ୍ୟାତ୍ମିକ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ବ୍ରଜକିଶୋର ଦାସ, ବୈଲୋଚନ ବେହୁରିଆ, ଶାନ୍ତନୁ କୁମାର ରାଉତ, ଘନଶ୍ୟାମ ଲେଙ୍କା, ଗଙ୍ଗାଧର ଦାସ, ବିନୟ କୁମାର ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, ଆଦିତ୍ୟ କୁମାର ଗୋସ୍ୱାମୀ, ତପନ କୁମାର ମିଶ୍ର, ଆଦିତ୍ୟ କୁମାର ନାୟକ, ଅଜିତ କୁମାର ନାୟକ, ଚନ୍ଦ୍ରମୋହନ ମହାନ୍ତି, ଅଭିମନ୍ୟୁ ନାୟକ, କରୁଣାକର ଉପାଧ୍ୟାୟ, ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ଦୟାନିଧି ରାଉଳ, କୈଳାସ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ସଭ୍ୟମାନେ ସହାୟତା ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରବଚନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ରବୀନ୍ଦ୍ର କୁମାର ଦାଶ ପ୍ରବାଚକ ଭାବେ ଯୋଗ ଦେଇ ପ୍ରବଚନ ଦେବା ସହିତ ପରିଷଦର ୪୦ ବର୍ଷ ପୂର୍ତ୍ତି ସ୍ମାରକୀ ପତ୍ରିକା ‘ଚେତନାର ଫଲ୍‌ଗୁ’କୁ ଲୋକାର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.