Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟରେ ‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

ଚରମ୍ପା ମହାବିଦ୍ୟାଳୟରେ ‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

54

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ମହାବିଦ୍ୟାଳୟର ‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସଂଯୁକ୍ତା ବୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଏହି ସାମାଜିକ କାର୍ଯ୍ୟକ୍ରମରେ ‘ବାଲ୍ୟ ବିବାହ ବିରୋଧ’ ସଂକ୍ରାନ୍ତୀୟ ସଚେତନତା ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲ । ମହାବିଦ୍ୟାଳୟର ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏକ ସଚେତନତା ଶୋଭାଯାତ୍ରାରେ ନିକଟସ୍ଥ ବଡ଼ ଅସୁରା ଗ୍ରାମ ପରିଭ୍ରମଣ କରିଥିଲେ । ବାଲ୍ୟ ବିବାହ ବନ୍ଦ କରିବା ନେଇ ବିଭିନ୍ନ ସ୍ଳୋଗାନ ଯଥା- ‘ବାଲ୍ୟ ବିବାହକୁ ନାଁ, ସ୍କୁଲ ଯିବାକୁ ହଁ’, ‘ବାଲ୍ୟ ବିବାହ ଦଣ୍ଡନୀୟ ଅପରାଧ’ ଭଳି ସ୍ଳୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ‘ସାମାଜିକ କାର୍ଯ୍ୟକ୍ରମ’ର ସଂଯୋଜକ ମନୋଜ କୁମାର ମହାଳିକ, ଅଧ୍ୟାପକ ଆଦିଶଙ୍କର କବି, ନୋଡ଼ାଲ ଅଫିସର ଅଧ୍ୟାପକ ସଂଯୁକ୍ତା ବୋଷ, ଡଃ ସୁକାନ୍ତି ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁନିଲ କୁମାର ପଣ୍ଡା, ତପନ କୁମାର ନାୟକ, ଲିଟୁନା ରଣା, ଛାତ୍ର ପ୍ରତିନିଧି ଶ୍ରଦ୍ଧାଞ୍ଜଳୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.