Home ଜିଲ୍ଲା ପରିକ୍ରମା ଘରୋଇ ହିଂସା ନିରୋଧ ଅଭିଯାନ ପାଳିତ

ଘରୋଇ ହିଂସା ନିରୋଧ ଅଭିଯାନ ପାଳିତ

19

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମହିଳାର ହିଂସା ନିରୋଧ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ସଂଗଠନ ଆଶିୟାନା ସହଯୋଗରେ ଚାଲିଥିବା ୧୬ ଦିନିଆ ଅଭିଯାନର ତୃତୀୟ ଦିବସରେ ‘ଘରୋଇ ହିଂସା ନିରୋଧ’ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ସ୍ଥାନୀୟ ସାହାପୁର ବିଦ୍ୟାଳୟ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଆଶିୟାନାର ସମ୍ପାଦିକା ସୋଫିଆ ଶେଖ୍ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଆଇନଜୀବୀ ରାଧାରାଣୀ ମହାପାତ୍ର, ବରେଣ୍ୟ ଅତିଥି ଭାବେ ଟାଉନ ଥାନାର ମହିଳା ଓ ଶିଶୁ ଡେସ୍କ ଅଧିକାରିଣୀ ପୂଜା ଶ, ସମ୍ମାନନୀୟ ଅତିଥି ଭାବେ ସାହାପୁର ସର୍ଦ୍ଦାର ସରୋୱର ଆଲାମ୍ ଯୋଗ ଦେଇଥିଲେ । ଆଶିୟାନାର ସଂଯୋଜକ ରିୟାଜ ଅହମ୍ମଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ସରକାର ମହିଳା, ଘରୋଇ, ବାଳିକା ହିଂସା ଭଳି ହିଂସାକୁ ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ବିଭିନ୍ନ ବିଭିନ୍ନ ପଦକ୍ଷେପ ନେବା ସହ ଜନସଚେତନତାକୁ ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭାରେ ବିଭିନ୍ନ ମହିଳା ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସମ୍ବିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ଦିଲ୍‌ରୁବା ବିବି, ସେକ୍ ଗୁଲିସ୍ତାନ, ସନ୍ଧ୍ୟାରାଣୀ ମଲ୍ଲିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.