Home ଜିଲ୍ଲା ପରିକ୍ରମା ଧାମରାରେ ଆଂଚଳିକ ବୋଇତ ବନ୍ଦାଣ କମିଟିର ବୋଇତ ବନ୍ଦାଣ ତଥା ବାଲିଯାତ୍ରା ପାଳିିତ

ଧାମରାରେ ଆଂଚଳିକ ବୋଇତ ବନ୍ଦାଣ କମିଟିର ବୋଇତ ବନ୍ଦାଣ ତଥା ବାଲିଯାତ୍ରା ପାଳିିତ

24

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଐତିହାସିକ ବୋଇତବନ୍ଦାଣ ତଥା ବାଲିଯାତ୍ରା ପ୍ରତିବର୍ଷ ପରି ଏ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି? ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରବା ତଥା ଭାତୃଭାବର ଆଦାନ ପ୍ରଦାନ ପାଇଁଁ ଏହି ଉତ୍ସବ କେବଳ ଭାଇଚାରାର ନିଦର୍ଶନ ନୁହେଁ ବରଂ ଭାଇଚାରାର ପ୍ରତୀକ ରୂପେ ପାଳିତ ହୋଇଯାଇଛି । ଆଂଚଳିିକ ବୋଇତବନ୍ଦାଣ କମିଟି ପକ୍ଷରୁ ୭ଜଣ ସାଧବ ଗୋଟିଏ ସୁସଜ୍ଜିତ ବୋଇତରେ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଯିବା ପରେ ସେଠରେ ସେମାନଙ୍କୁ ବହୁ ଆଡମ୍ବରେ ସମ୍ବନ୍ଧିର୍ତ କରାଯାଇଥିଲା ପରେ ସେମାନେ ସେଠାରୁ ଫେରିବା ପରେ ଧାମରାଇ ମନ୍ଦିର ମେଳା ପଡିଆରେ ସେମାନଙ୍କୁ ପାଛୋଟି ଆଣିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜିର ଏହି ସଭାରେ ନରହରି ମଲିକ ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ମଧ୍ୟ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟନାୟକ ଯୋଗ ଦେଇ ଏହି ଭାତୃଭାବ କେବଳ ନିଜ ଜିଲ୍ଲାରେ ସିମୀତ ନହୋଇ ଅନ୍ୟ ଜିଲ୍ଲା ସହ ଆଦାନ ପ୍ରଦାନ କରାଯାଇିଥିବାରୁ ସେ ଏହି କାର୍ଯ୍ୟକ୍ରମର ଭୂୟଶୀ ପ୍ରଶଂସା କରିଥିଲେ ।

ଅନ୍ୟ ମାନଙ୍କ ସମ୍ମାନୀତ ଅତିଥି ଭାବେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟନାୟକ, ପୂର୍ବତନ ମନ୍ତ୍ରୀ ତଥା ମିଡିଆ ସେଲର ସଭାପତି ଗଣେଶ୍ୱର ବେହେରା, ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ, ସମାଜସେବୀ ଅମୀୟ କୁମାର ପଟନାୟକ, ଦିଗମ୍ବର ଦାସ, ପ୍ରଦେଶ କଂଗ୍ରେସ ସଂପାଦକ ମନୋଜ ବିଶ୍ୱାଳ,ପୂର୍ବତନ ସାଙ୍ଗଠନିକ ସଂପାଦକ ସତ୍ୟାନନ୍ଦ ରାଉତ,ଚାନ୍ଦବାଲି ବ୍ଲକ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସୁବାଶ ନାୟକ, ଯଶୀପୁର ସରପଂଚ ପ୍ରମିଳା ମାଝୀ,ପୃଥୀୃରାଜ ନାୟକ ,ରାଜେଶ ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାର ନୌବାଣିଜ୍ୟ ସ୍ମରଣ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ ର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ଗଦାଧର ନାୟକ ,ନରେନ୍ଦ୍ର ନାୟକ , ପିତାମ୍ବର ଦାସ, ପ୍ରଭାକର ବେହେରା, , ଦୁଖ ଜେନା, ପ୍ରଫୁଲ ବାରିକ, ନରେନ୍ଦ୍ର ମାଇତି, ନରେନ୍ଦ୍ର ନାୟକ, ମନୋଜ ମାଝି ତାରାକାନ୍ତ ସେଠୀ, ଦେବାଶିଷ ନାୟକ,ଦେବବ୍ରତ ଜତି , ସୁକଦେବ ଜେନା,ଦୁର୍ଯ୍ୟୋଧନ ସେଠୀ, ପୂର୍ଣ୍ଣଚନ୍ଦ୍ର ମାଝୀ,ପ୍ରମୁଖ ଯୋଗ ଦେଇ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.