Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ

30

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ପକ୍ଷରୁ ଜିଲ୍ଲା ନ୍ୟାୟାଳୟ ପରିସର, ନଳାଙ୍ଗ, ଭଦ୍ରକଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି । ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବିଧାନ ମୁଖବନ୍ଧ ପାଠ ଉତ୍ସବରେ ଜିଲ୍ଲା ଜଜ୍ କୋର୍ଟ, ଭଦ୍ରକର ସମସ୍ତ ବିଚାରପତି ବୃନ୍ଦ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର, ସଚିବ, ନେହା ଅଗ୍ରୱାଲ ତଥା ଭଦ୍ରକ ବାର ଆସୋସିଏସନର ସଭାପତି, ନିରାକାର ଜେନା, ଭ୍ରଦ୍ରକ ବାର୍ ଆସୋସିଏସନ୍‌, ସଂପାଦକ ଦିବ୍ୟସିଂ ନାୟକ ଏବଂ ଭଦ୍ରକ ବାର୍ ଆସୋସିଏସନ୍‌ର ଓକିଲ ବୃନ୍ଦ ଏବଂ ପ୍ୟାନେଲ ଓକିଲ, ପି.ଏଲ.ଭି. ଭଦ୍ରକ କୋର୍ଟର କର୍ମଚାରୀ ଗଣଙ୍କ ସହ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଯୋଗଦେଇ ସମ୍ବିଧାନ ମୁଖବନ୍ଧ ପାଠ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.